ଚୁକ୍ତିନାମା କୁ ଅଣଦେଖା : ଉପଜିଲ୍ଲାପାଳଙ୍କୁ ଭେଟିଲେ ଫୋରମ୍ୟାନ ୱୀଞ୍ଚ ମ୍ୟାନ ଏଣ୍ଡ ୱାର୍କରସ ୟୁନିୟନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ଗୋପାଳପୁର ପୋର୍ଟ ଫୋରମ୍ୟାନ ୱୀଞ୍ଚ ମ୍ୟାନ ଏଣ୍ଡ ୱାର୍କରସ ୟୁନିୟନ ପକ୍ଷରୁ ସେମାନଙ୍କ ଦାବୀ ନେଇ ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି l ସେମାନଙ୍କ ସମସ୍ୟା ର ସମାଧାନ କରିବା ନିମନ୍ତେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ୟୁନିୟନ ପକ୍ଷରୁ ପ୍ରଦାନ କରାଯାଇଛି l ୟୁନିୟନ ଓ କମ୍ପାନୀ ମଧ୍ୟ ହୋଇଥିବା ଚୁକ୍ତିନାମା ଅନୁସାରେ ଚଳିତ ବର୍ଷ ର ଜୁଲାଇ ମାସ ଠାରୁ ୧୪ ଦିନ ବଦଳ ରେ ୨୬ ଦିନ କାମ ର ଦରମା ପ୍ରଦାନ କରିବାକୁ କୁହାଯାଇଥିଲା l ମାତ୍ର ତାହାକୁ ବନ୍ଦର କର୍ତୃପକ୍ଷ ଅବହେଳା କରୁଥିବା ହେତୁ ୟୁନିୟନର ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନୀ ର ମନମୁଖି କୁ ଘୋର ନିନ୍ଦା କରିଛନ୍ତି l ଏହାର କିପରି ତୁରନ୍ତ ସମାଧାନ କରିବା ନିମନ୍ତେ ସେମାନେ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ l ଉକ୍ତ ଦାବୀ କୁ ଯଥାଶୀଘ୍ର ପୂରଣ ନ କଲେ ଆଗାମୀ ଦିନ ରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି l ଏହି ଅବସର ରେ ୟୁନିୟନ ସଭାପତି ଜି. ଶାମ୍ବା,ଉପସଭାପତି କାଶୀନାଥ ବେହେରା, ସାଧାରଣ ସମ୍ପାଦକ କ୍ଷୀରପତି ଶେଖର ବେହେରା, ସହ – ସମ୍ପାଦକ ଶିବରାମ ବେହେରା, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ବେହେରା, ଭାସ୍କର ଦାସ ଏବଂ ଖଗପତି ବେହେରା ଙ୍କ ସମେତ ବହୁ ୟୁନିୟନ ର ସଭ୍ୟ ମାନେ ଉପସ୍ଥିତ ଥିଲେ l


