ଗଞ୍ଜେଇ ସମେତ ଚେରାରାମଦ ଜବତ, ୭ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ନିକିରାଇ, ରାଜନଗର ଓ ଆଳି ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପଳାଶପୁର ଗ୍ରାମର ଗୁଣନିଧି ମଳିକ (୩୧)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଦଶିପୁର ଗ୍ରାମର ଜୀବନ ପ୍ରଧାନ(୨୯)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ତନାର ଗ୍ରାମର ଅରକ୍ଷିତ ଗାହଣ(୩୮)ଙ୍କ ଠାରୁ ୩.୩୦ କିଗ୍ରାର ଗଞ୍ଜେଇ, ପିମ୍ପୁଡି ଗ୍ରାମର ପାଞ୍ଚାଳି ଭୂୟାଁ(୪୦)ଙ୍କ ଠାରୁ ୬୨ ଲିଟର ବିଦେଶୀ ମଦ, ଭୂୟପୁର ଗ୍ରାମର ରମେଶ ଚନ୍ଦ୍ର ସିଂ(୫୩)ଙ୍କ ଠାରୁ ୪୫ ଲିଟରବିଦେଶୀ ମଦ, କଣ୍ଡିଆ ଗ୍ରାମର ମଞ୍ଜୁଳତା ମଲିକ(୩୨)ଙ୍କ ଠାରୁ ୪୧ ଲିଟର ଦେଶୀ ମଦ ଓ ଗଞ୍ଜା ଗ୍ରାମର ରାମୁ ପାତ୍ର(୩୯)ଙ୍କ ଠାରୁ ୩୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୩.୩୦ କିଗ୍ରାର ଚୋରା ଗଞ୍ଜେଇ ସମେତ ୨୪୦ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ