ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ତରଫରୁ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

 ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘର ମୁନିଗୁଡା ଶାଖା ତରଫରୁ ତରଫରୁ ଶନିବାର ସହକାରୀ ଶ୍ରମ ଅଧିକାରୀ ବାବୁ ସାହୁଙ୍କ ମନ ମୂଖି କାର୍ଯକାଳପ ଏବଂ ଦୁର୍ନୀତିଖୋର ବିରୁଦ୍ଧରେ ଅଷୋନ୍ତଷ ହୋଇ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରିବା ସହ ଏକ ଏକ ୮ ଦଫା ସମ୍ବଳିତ ଦାବୀକୁ ନେଇ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁନିଗୁଡା ନିର୍ମାଣ ଶ୍ରମିକ ମହାସଂଘ ଶାଖା ତରଫରୁ ମୁନିଗୁଡା ବ୍ଲଜ ସଭାପତି ଫକିର କଣ୍ଟା ସମ୍ପାଦକ ଗଜେନ୍ଦ୍ର ଗୌଡ଼ ଓ ଅନନ୍ତ କୁସିଲିଆଙ୍କ ମିଳିତ ସଂଯୋଜନାରେ ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ନିର୍ମାଣ ଶ୍ରମିକ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଷ୍ଟେଟ ବେଙ୍କ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ସାମାନ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀଙ୍କ କୁଶ ପୁତ୍ତଳିକା ଦାହା କରିଥିଲେ। ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘର ସଭାପତି ନିରଜଂନ ପାତ୍ର, ମୁଖ୍ୟବକ୍ତା ଭାବେ ନିର୍ମାଣ ଶ୍ରମିକ ମହାସଂଘର ମୂଖ୍ଯ ଉପଦେଷ୍ଟା ଭବାନୀ ଶଙ୍କର ଜେନା,ସମ୍ମାନିତ ଅତିଥିଭାବେ ଉପଦେଷ୍ଟା ହରେନ୍ଦ୍ର ନାଥ,ଜିଲ୍ଲା ସମ୍ପାଦକ ରୁନା ନାୟକ,କେଷାଧକ୍ଷ୍ଯ ଗଣେଶ ହିମିରିକା,ସହ ସମ୍ପାଦକ ଅଜୟ ବେନିଆ ଓ ମାଧବ ଗରଡ଼ାଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି ସରକାର ହଜାର ହଜାର କୋଟି ଟଙ୍କା ନିର୍ମାଣ ଶ୍ରମିକ ସହାୟତା ପାଇଁ ଦେଉଥିବା ବେଳେ ସମ୍ପ୍ରୁକ୍ତ ଅଧିକାରୀ ଜଣକ ନିର୍ମାଣ ଶ୍ରମିକ ପରିଚୟପତ୍ରକୁ ନବୀକରଣ ମଞ୍ଜୁର ନକରିବାରୁ କାରଣରୁ ମୁନିଗୁଡା ବ୍ଲକ ଅଞ୍ଚଳରୁ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ନିଜର ହକ ଅଧିକାର ହରେଇ ବସୁଛନ୍ତି। ବହୁ କଷ୍ଟରେ କରିଥିବା ନିର୍ମାଣ ଶ୍ରମିକ କାର୍ଡ଼ ରଦ୍ଦ ହେଇଯାଉଛି। ତଦନ୍ତ ଆଳରେ ସମ୍ପ୍ରୁକ୍ତ ଅଧିକାରୀ ଜଣକ ଏଭଳି ନାଟକ କରୁଥିବାରୁ ଅସ୍ଥିରତା ସ୍ରୁଷ୍ଟି ହେଉଥିବା ଅଭିଯୋଗ କରିବା ସହ ଅଧିକାରୀଙ୍କ ମନମୂଖି କାର୍ଯ୍ଯକାଳ ଏବଂ ଅବହେଳା ଯୋଗୁଁ ଶିକ୍ଷାବ୍ରୁତି ସହାୟତା,ମ୍ରୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ଏବଂ ପ୍ରସୂତି କାଳୀନ ସହାୟତା ପାଇବାରୁ ମୁନିଗୁଡା ବ୍ଲକ ଅଞ୍ଚଳରେ ହଜାର ହଜାର ନିର୍ମାଣ ଶ୍ରମିକ ଭାଇ ଭଉଣୀ ମାନେ ତାଙ୍କର ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ପରେ ଏକ ୮ ଦଫା ସମ୍ବଳିତ ଦାବୀପତ୍ର ମାନ୍ଯବର ମୂଖ୍ଯ ମନ୍ତ୍ରୀ, ମାନ୍ଯବର ଶ୍ରମ ମନ୍ତ୍ରୀ ଏବଂ ମହାମହିମ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଜରିଆରେ ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ ୪୫ ଦିନରେ ନୂତନ କାର୍ଡ ଦେବା,ଆଜକୁ ୧ବର୍ଷ ବିତି ଯାଇଥିଲେ ସୁଦ୍ଧା ନୁତକ ପଞ୍ଜିକରଣ ଗୁଡ଼ିକୁ ମଞ୍ଜୁର କରାଯାଇ ନାହିଁ, ପୁରୁଣା ଶ୍ରମିକ କାର୍ଡ ଗୁଡ଼ିକୁ ରିନୁଆଲ୍ ହୋଇପାରୁନାହିଁ, ଶ୍ରମିକ କାର୍ଡ ଥିବା ବ୍ୟକ୍ତିଙ୍କ ପୁଅ ଝିଅକୁ ଶିକ୍ଷା ବୃତି ମିଳିବାର ବ୍ୟବସ୍ଥା ଥିଲେ ସୁଦ୍ଧା ସେ ସବୁରୁ ବଞ୍ଚିତ ହେଉଛନ୍ତି,ନବୀକରଣ ତୁରନ୍ତ ମଞ୍ଜୁର କରିବା, ମୃତ୍ୟକାଳୀନ ସହାୟତା ପ୍ରଦାନ କରାଯାଉ, ଏଏଲଓ ମାନେ ତଦନ୍ତ ନାଆଁରେ ମନମୁଖୀ ଶାସନ ନକରିବା ସହ ଅଞ୍ଚଳ ପରିଦର୍ଶନ କରି ନବୀକରଣ ମଞ୍ଜୁର କରନ୍ତୁ,ବ୍ୟକ୍ତିଗତ ପଞ୍ଜିକରଣ ବନ୍ଦ କରାଯାଇ ୟୁନିଅନ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ପଞ୍ଜିକରଣ କରାଯାଉ ପ୍ରମୁଖ ଦାବୀ ସହ ୮ ଟି ଉଲ୍ଲେଖ ରହିଛି। ଉକ୍ତ କାର୍ଯ୍ୟକ୍ରମକୁ ନିର୍ମାଣ ଶ୍ରମିକ ମହାସଂଘର ବିରଞ୍ଚି ଗୌଡ଼,ସୋମନାଥ ଚିଚୁଆନ, ହରେନ୍ଦ୍ରନାଥ ଚନ୍ଦନ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ