ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ

କେନ୍ଦ୍ରାପଡ଼ା, (ଓ୍ବାଇଏନ,ସ):ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଜାନଗରସ୍ଥିତ ନେତାଜୀ ମଡେଲ ଏମ.ଇ.ସ୍କୁଲରେ ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ୧୨୯ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ତଥା କଳ୍ପନା କ୍ରିଏଟିଭ କମ୍ୟୁନିକେସନର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟବୀତ ଅବନ୍ତୀ ବେହେରା ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରଣଧୀର ଜେନା, ଗଣେଶ ଚନ୍ଦ୍ର ସାହୁ, ଅଜୟ ମାହାଳିକ, ଶଶ୍ମିତା ଜେନା, ବାପି ସାହୁ, ହେମନ୍ତ ନାୟକ, କାର୍ତ୍ତିକ ଚନ୍ଦ୍ର ସାହୁ, ମହେନ୍ଦ୍ର ସୁତାର, ବିଦ୍ୟାଳୟର ଶିକ୍ଷକ ମନ୍ଦର ରଥ, ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର ଦାସ, ରଜନୀକାନ୍ତ ଦାସଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ