ତେଲ ଟାଙ୍କି ନାହିଁ, 200 ଟଙ୍କାର ପେଟ୍ରୋଲ ପାଇଁ ଯିବାକୁ ପଡୁଛି 50 କିମି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି. ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ସଙ୍କଟ ଦେଖା ଦେଇଛି. ଏଥିରେ ଗୁମ୍ମା ବ୍ଲକର ଲୋକେ ମାତ୍ର 200 ଟଙ୍କାର ପେଟ୍ରୋଲ ପାଇଁ 50 ରୁ ଉର୍ଦ୍ଧ କିମି ଯାତ୍ରା କରିବାକୁ ପଡୁଥିବା ଜଣା ପଡିଛି. କାରଣ ଜିଲ୍ଲାର ସବୁ ବ୍ଲକ୍ରେ ପେଟ୍ରୋଲ ପମ୍ପ ରହିଥିବା ବେଳେ ଗୁମ୍ମା ବ୍ଲକ୍ରେ ଗୋଟିଏ ମଧ୍ଯ ପେଟ୍ରୋଲ ପମ୍ପ ନାହିଁ। ମୋଟର ସାଇକେଲରୁ ଆରମ୍ଭ କରି ବଡ଼ ଗାଡି ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ପେଟ୍ରୋଲ ପମ୍ପ୍ ଉପରେ ହିଁ ନିର୍ଭର କରିଥାନ୍ତି। ହେଲେ କିଛି ଦିନ ହେଲା ପାରଳାଖେମୁଣ୍ଡି ପେଟ୍ରୋଲ୍ ପମ୍ପ ଗୁଡିକରେ ତେଲ ଅଭାବ ଯୋଗୁଁ ସୀମିତ ଭାବରେ ତେଲ ଦିଆଯାଉଛି, ଯାହା ବାଇକ୍କୁ ୨୦୦ ଟଙ୍କାର ଓ କାର ଆଦିକୁ ୧୦୦୦ ଟଙ୍କାର ତେଲ ଦିଆ ଯାଉଛି। ବିଡ଼ମ୍ବନାର ବିଷୟ ଜଣେ ବାଇକ ଚାଳକ ୨୦୦ ଟଙ୍କାର ପେଟ୍ରୋଲ ପାଇଁ ୫୦ କିମି ଯିବାକୁ ପଡ଼ୁଥିବା ଅଞ୍ଚଳବାସୀ ପ୍ରକାଶ କରି କହିଛନ୍ତି ଏହି 50 କିମି ରାସ୍ତା ଯିବା ଆସିବାରେ 1 ଲିଟର ଅର୍ଥାତ 100 ଟଙ୍କାର ପେଟ୍ରୋଲ ଖର୍ଚ୍ଚ ହେଉଛି. ଏପରିସ୍ଥଳେ ଗୁମ୍ମା ବ୍ଲକ ଅଞ୍ଚଳରେ କିପରି ଭାବେ ଜୀବନଜୀବିକା ନିର୍ବାହ କରିବୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।


