ଜିଲ୍ଲା ଯୋଜନା କମିଟି ସଦସ୍ୟ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ୬୭ ନଂ ଜିଲ୍ଲା ପରିଷଦ ଜୋନ୍ର ବି.ଗିତାଞ୍ଜଳୀ, ୧୦ ନଂ ଜୋନ୍ର ଭାରତୀ ନାୟକ, ୧୪ ନଂ ଜୋନ୍ର ସସ୍ମିତା ସ୍ୱାଇଁ, ୨ ନଂ ଜୋନ୍ର ଅନିମା ପରିଡା, ୩୩ ନଂ ଜୋନ୍ର ଯଶୋଦା ଶବର, ୧୨ ନଂ ଜୋନ୍ର ଚନ୍ଦନା କୁମାରୀ ସେଠୀ, ୨୨ ନଂ ଜୋନ୍ର ଶିବ ସେଠୀ, ୩୮ ନଂ ଜୋନ୍ର ଅଶୋକ କୁମାର ବିଷୋୟୀ, ୩୦ ନଂ ଜୋନ୍ର ଟୁକୁନା ଗୌଡ, ୫୪ ନଂ ଜୋନ୍ର ଜୀପକ କୁମାର ସାମନ୍ତ, ୭ ନଂ ଜୋନ୍ର ସନ୍ତୋଷ କୁମାର ପାଢୀ ଏବଂ ୪୮ ନଂ ଜୋନ୍ର ସୁଧୀର କୁମାର ଜେନା । ଆଜି ବୁଜନତା ଦଳର ୧୨ ଜଣ ପ୍ରାର୍ଥୀ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ୍.ରାଜେଶ୍ୱରୀ ଦୋରାଙ୍କ ନେତୃତ୍ୱରେ ଛତ୍ରପୁର ସ୍ଥିତ ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ଠାରେ ପହଂଚି ଆସିଷ୍ଟାଂଟ ରିଟର୍ଣ୍ଣିଂ ଅଫିସର ତଥା ଯୁଗ୍ମ ନିର୍ଦ୍ଦେଶକ (ଯୋଜନା ଓ ସମନ୍ୱୟ) ଅଶୋକ କୁମାର ଦାଶଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୂର୍ଯ୍ୟମଣୀ ବୈଦ୍ୟ ଓ ଲତିକା ପ୍ରଧାନ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ଚନ୍ଦ୍ରଶେଖର ସାହୁ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ଜିଲ୍ଲା ସାଧାରଣ ସଂପାଦକ ଅଜୟ ମହାରଣା, ବିଧାନସଭାବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର,ଯୁବ ନେତା ରଞ୍ଜନ ପଲାଇ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ନୀଳମଣି ପଟ୍ଟନାୟକ, ଭବାନୀକାନ୍ତ ସାହୁ । ସେହିପରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସୂଚନାନୁସାରେ, ଚଳିତମାସ ୬ ତାରିଖ ଠାରୁ ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ରହିଥିଲା । ୧୯ ତାରିଖ ଯାଞ୍ଚ l ୨୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହର । ଜୁଲାଇ ୭ ତାରିଖରେ ନିର୍ବାଚନ । ଯଦି ସମସ୍ତ ପ୍ରାଥୀ ଙ୍କ ନାମାଙ୍କନ ପତ୍ର କାଏମ ରହେ ତେବେ ସମସ୍ତ ପ୍ରାର୍ଥୀ ନିଦ୍ୱନ୍ଦରେ ବିଜୟୀ ହେବେ ।


