ଶ୍ରୀବଳଦେବଜୀଉ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ: ତିନିଘଣ୍ଟା ନୀତି ବିଳମ୍ବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଶ୍ରୀବଳଦେବଜହୀଉଙ୍କ ମନ୍ଦିରରେ ରବିବାର ଜଣେ ଅଣହିନ୍ଦୁ ମହିଳାଙ୍କ ପ୍ରବେଶକୁ ନେଇ ଅମଣିଆ ଭୋଗ ପୋତା ଯାଇଛି। ଏହାସହ ଶ୍ରୀଜୀଉଙ୍କ ନୀତି ତିନି ଘଣ୍ଟା ବିଳମ୍ବ ହୋଇଛି। ଏହି ଅଣହିନ୍ଦୁ ମହିଳା ଜଣଙ୍କ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡିଛି। ମହିଳା ଜଣଙ୍କ ବେକରେ ମଙ୍ଗଳସୁତ୍ର ସହ ଏକ କ୍ରସ ଚିହ୍ନଥିବା ଲକେଟ ପକାଇଥିଲେ। ଅପରାହ୍ନ ପ୍ରାୟ ୧୨ଟା ୧୫ରେ ସଂପୃକ୍ତ ମହିଳା ଜଣଙ୍କ ନିଜ ଭଉଣୀ ସହ ଝୁଲଣ ମନ୍ଦିରରେ ବସିଥିବା ବେଳେ କ୍ରସ ଲକେଟକୁ ଦେଖି ସେବାୟତମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ସେବାୟତମାନେ ମହିଳାଙ୍କୁ ଅଟକାଇ ତାଙ୍କ ନାମ ପଚାରିଥିଲେ। ସେ ବେହେରା ସାଙ୍ଗିଆ ବୋଲି କହିଥିଲେ। ପରେ ସେବାୟତମାନେ ମହିଳାଙ୍କ ଆଧାର କାର୍ଡ ଯାଞ୍ଚ କରିବାରୁ ସେଥିରେ ତାଙ୍କ ସ୍ୱାମୀଙ୍କ ନାମ ଓ ସାଙ୍ଗିଆ ଅଣହିନ୍ଦୁ ବୋଲି ସ୍ପଷ୍ଟ ହୋଇଯାଇଥିଲା। ହେଲେ ମହିଳା ଜଣଙ୍କ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ତାଙ୍କ ପରମ୍ପରା ଅନୁଯାୟୀ କ୍ରସ ଚିହ୍ନ ପକାଇଥିବା ଶେଷରେ ସ୍ୱୀକାର କରିଥିଲେ। ସେବାୟତମାନେ ଉଭୟଙ୍କୁ ମନ୍ଦିର ପ୍ରଶାନକୁ ଜିମା ଦେଇଥିଲେ। ସେମାନେ ମନ୍ଦିର ପ୍ରଶାସନ ନିକଟରେ ନିଜର ଦୋଷ ସ୍ୱୀକାର କରି କ୍ଷମାପ୍ରାର୍ଥନା କରିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା ବୋଲି ଶ୍ରୀବଳଦେବଜୀଉ ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ