ଓଡ଼ିଶା ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ : ଦୃଷ୍ଟିହୀନ ବିଦ୍ୟାଳୟକୁ ମାନ୍ୟତା ଓ ଅନୁଦାନ ପ୍ରଦାନ କର

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରରେ ରାଣୀପାଟଣା ଠାରେ ଦି ୱେଲ୍ଫେୟାର ଦ୍ୱାରା ପରିଚାଳିତ ଦୃଷ୍ଟି ବାଧିତ ନିମନ୍ତେ ଏକ ଆବାସିକ ବିଦ୍ୟାଳୟ 2002 ମସିହା ଠାରୁ ଆରମ୍ଭ ହୋଇ ଶିକ୍ଷା ଦାନ ଦିଆଯାଉଥିବା ବେଳେ ତତ୍କାଳିନ ଜିଲ୍ଲାପାଳ,ବାଲେଶ୍ଵର  ବିଦ୍ୟାଳୟକୁ ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ 1985 ମସିହା ଅନୁଦାନ ନିୟମାବଳୀ ଆଧାରରେ ତା 30.9.2004 ରିଖ ପତ୍ର ସଂଖ୍ୟା 1809 ଓ ପତ୍ର ସଂଖ୍ୟା 1998 ତା 11/8/11 ରିଖ ରେ ସରକାରଙ୍କୁ  ସୁପାରିଶ କରିଥିଲେ | ମାତ୍ର ତତ୍ କାଳୀନ ମହିଳା ଶିଶୁ ବିକାଶ ବିଭାଗ ଉକ୍ତ ସୁପାରିଶ କୁ କାର୍ଯ୍ୟକାରି ନ କରିବାରୁ ଅନୁଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା ଉଚ୍ଚନ୍ୟାୟାଳୟରେ  WPC ନଂ -8182/12 ଆଧାରରେ ବିଦ୍ୟାଳୟକୁ ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ ଆବେଦନ କରିଥିଲେ | ଜିଲ୍ଲାପାଳ କଂ ସୁପାରିଶ କୁ କାର୍ଯ୍ୟକାରୀ କରିବା ନିମନ୍ତେ ଉଚ୍ଚନ୍ୟାଳାୟ ତା 16.5.12 ରିଖ ରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ | ରାଜ୍ୟ ସରକାର ତା 28.8.12 ରିଖ ରେ ଚତୁରତା ସହିତ ଏହାକୁ କାର୍ଯ୍ୟକାରି ନକରି ଏଡାଇ ଦେବାରୁ ପୁଣି ଅନୁଷ୍ଠାନ ଆଉ ଏକ ରିଟ WPC ନଂ – 22775/12 ଅନୁଯାଇ ହାଇକୋର୍ଟ ରେ ଆବେଦନ କରିଥିଲେ ଯାହାକି ତା 26.3.14 ରିଖ ରେ ମାନ୍ୟବର ଉଚ୍ଚନ୍ୟାୟାଳୟ 11/8/11 ଜିଲ୍ଲାପାଳ ଙ୍କ ସୁପାରିଶ କୁ କାର୍ଯ୍ୟକାରୀ କରି। ଚାରି ମାସ ଭିତରେ ବିଦ୍ୟାଳୟ କୁ ମାନ୍ୟତା ଓ ଅନୁଦାନ ପ୍ରଦାନ କରିବ। ପାଇଁ ନିର୍ଦ୍ଦେଶ ପ୍ରଦାନ କଲେ | ଏଥିରେ ରାଜ୍ୟ ସରକାର ନିରବ ରହିବାରୁ ଅଦାଲତ ଅବମାନନା ମୋକଦମା 576/14 ରେ ଆଗତ କରାଗଲା, ଫଳରେ ମାନ୍ୟବର ଉଚ୍ଚନ୍ୟାୟାଳୟ ତା 14/12/15 ରିଖ ରେ ତୁରନ୍ତ ଜିଲ୍ଲାପାଳଙ୍କ ସୁପାରିଶ କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ | ଉଚ୍ଚନ୍ୟାୟାଳୟର WPC ନଂ -22775/12 ତା 26/3/14 ରିଖ ଆଦେଶ ବିରୁଦ୍ଧରେ ଓଡ଼ିଶା ସରକାର ରିଭିଜନ ମୋ .ନ 201/14 ଅନୁଯାଇ ଉକ୍ତ ଆଦେଶ କୁ ସମୀକ୍ଷା ପାଇଁ କରିଥିବା ଆବେଦନ କୁ କୌଣସି ପୃଷ୍ଠଭୂମି ନଥିବାରୁ ତା 14/12/15 ରିଖ ରେ ଉଚ୍ଚନ୍ୟାୟାଳୟ ଖାରଜ କରିବା ସହିତ 26/3/14 ଆଦେଶ କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ | ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଟାଳୁଟୁଳ ନୀତି ଅବଲମ୍ବନ କରି ସ୍କୁଲ କୁ ମାନ୍ୟତା ନ ଦେଇ ଅନୁଦାନ ଦେବା ପାଇଁ ଅର୍ଥ ବିଭାଗକୁ ସୁପାରିଶ କରି ଉଚ୍ଚନ୍ୟାୟାଳୟ କୁ ସୂଚନା ପ୍ରଦାନ କଲେ କି ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ପାଳନ କରାଗଲା | ମାତ୍ର ବିଦ୍ୟାଳୟକୁ ମାନ୍ୟତା (recognisation) ପ୍ରଦାନ କରାଗଲା ନାହିଁ । ଇତି ମଧ୍ୟ ରେ ସ୍ୱତନ୍ତ୍ର ବିଦ୍ୟାଳୟ ଅନୁଦାନ ଓ ମାନ୍ୟତା ପ୍ରଦାନ ନିୟମାବଳୀ 8/1/13 ରିଖ ରିଜୋଲ୍ୟୁସନ ନଂ 532/2013 WCD ଅନୁଯାଇ ପରିବର୍ତନ କରାଗଲା | ଉକ୍ତ ଆଳରେ ସରକାର ଆଉ ବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କଲେନାହିଁ ଫଳରେ କର୍ତୃପକ୍ଷ କଂ ଦ୍ୱାରା ଉକ୍ତ ମାନ୍ୟତା ପ୍ରଦାନ ବିଷୟ ଉଚ୍ଚନ୍ୟାୟାଳୟ ରେ ଆଉ ଏକ ରିଟ ନଂ 14757/16 ରେ ଆଗତ କରାଗଲା | ଗତ ତା15/12/25 ରିଖ ରେ ଉଚ୍ଚନ୍ୟାୟାଳୟ ଉକ୍ତ ରିଟ ଆବେଦନ ର ପୂର୍ଣ୍ଣାଙ୍ଗ ଶୁଣାଣୀ କରି ମ।ନ୍ୟବର  ଉଚ୍ଚନ୍ୟାୟାଳୟ ଦି ୱେଲଫେୟ।ର ଦ୍ଵାରା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟକୁ  ଜିଲ୍ଲାପାଳଙ୍କ ତା 11/8/11ରିଖ ସୁପାରିଶ ଅନୁଯାଇ 1985 ମସିହା ନିୟମାବଳୀ ଧାରା 2 ଉପଧାରା 4 ଅନୁଯାଇ ମାନ୍ୟତା ପ୍ରଦାନ ସହ ଅନୁଦାନ ତା 11/8/11 ରିଖ ରୁ ପ୍ରଦାନ କରିବା ପାଇଁ 4 ମାସ ସମୟ ପ୍ରଦାନ କରିଛନ୍ତି | ଉକ୍ତ ମାନ୍ୟତା ପ୍ରାପ୍ତ ପରେ ଅନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ଅଣଶିକ୍ଷକ ମାନେ ନିୟମିତ ହେବାର ସୌଭାଗ୍ୟ ପାଇବା ସହ ବର୍ଦ୍ଧିତ ହାରରେ ଦରମା ପାଇବାକୁ ସକ୍ଷମ ହେବେ। ଉଚ୍ଚନ୍ୟାୟାଳୟ ର 15/12/25 ରିଖ ଆଦେଶନାମ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ସଚିବଙ୍କୁ 23/12/25 ରିଖ ରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରଦାନ କରାଯାଇଛି | ସରକାର କେବେ ଉକ୍ତ ନିର୍ଦ୍ଦେଶ ନାମା ପାଳନ କରୁଛନ୍ତି ସମସ୍ତ  ବୁଦ୍ଧିଜୀବି ଅପେକ୍ଷାରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ