ଓଡିଶା ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅ: ସିପିଆଇ, ଛାତ୍ର ସଂଗ୍ରାମ ବିଜୟ ପାଇଁ ଅଭିନନ୍ଦନ
ଛତ୍ରପୁର,(ଓ୍ବାଇଏନଏସ) : ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଯନ୍ତ୍ରମନ୍ତ୍ର ଠାରେ ହୋଇଥିବା ଯୁବ ଛାତ୍ର ଆନ୍ଦୋଳନ ର ସଫଳତା ପରିପେକ୍ଷିରେ ଦେଶର ଅଗଣିତ ଛାତ୍ର ଯୁବକ ଙ୍କୁ ଅଭିନନ୍ଦନ ଜଣାଇଁ ଆଜି ଛତ୍ରପୁର ବସଷ୍ଟାଣ୍ଡ ଠାରେ ଅଭିନନ୍ଦନ ସଭା ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଭାରତର ଛାତ୍ର ସମାଜର ନିରବିଛିନ୍ନ ସଂଗ୍ରାମ ଓ ତ୍ୟାଗ ବଳରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ଏହି ବିଜୟ ବିଜେପି ର ଅହଂକାର କୁ ଧୂଳିସାତ କରିବା ସାଙ୍ଗେ ସାଙ୍ଗେ, ସରକାର ଙ୍କୁ ଗଣତ୍ରାନ୍ତ୍ରିକ ଉତ୍ତର ଦାୟିତ୍ୱ ନିମନ୍ତେ ବାଧ୍ୟ୍ୟ କରିଛି ଏଥିରେ ଜାତୀୟ ପରିଷଦ ସଭ୍ୟ ଏନ..ନାରୟଣ ରେଡି ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରକାଶ ପତ୍ର ଯୋଗ ଦେଇ ଏନ ଟି ଏ ଉଛେଦ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର, ଏନ ଇ ପି ଉଛେଦ ପରୀକ୍ଷା ସ୍ୱଛତା ପାଇଁ ଲଗାତର ସଂଗ୍ରାମ ଜାରିରହିବା ପାଇଁ ଆହ୍ୱାନ ଦେବାସହ ଓଡିଶା ର ସ୍କୁଲ ସ୍ତରୀୟ ବହିରେ ତ୍ରୁଟି ଓ ପ୍ରକାଶନ ରେ ଅବ୍ୟବସ୍ଥା ର ଉତ୍ତର ଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିୟନ୍ତୁ ବୋଲି ଦାବୀ କରିଥିଲେ l ଏହି ଅଭିନନ୍ଦନ ସମାବେଶରେ ସିପିଆଇଜିଲ୍ଲା ସହ- ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ ସେଠି, ଛତ୍ରପୁର ଜୋନ ସମ୍ପାଦକ ଡି .ଆଦିନାରୟଣ ରେଡି, ସହ ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ଚମାଖଣ୍ଡି ସହ ସମ୍ପାଦକ ଗୁରୁନାଥ ପ୍ରଧାନ, ଜିଲ୍ଲା ନେତା ସିଏଚ ଜନାର୍ଦନ ରେଡି, ଗଞ୍ଜାମ ଜୋନ ସମ୍ପାଦକ ଭାସ୍କର ପତ୍ର ନାରୀନେତ୍ରୀ ଏନ. ଭାନୁମତି ରେଡି, ବର୍ଷିଆନ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ରଜନୀକାନ୍ତ ବେହେରା, ପ୍ରଫୁଲ୍ଲ ପାଣିଗ୍ରାହୀ ଙ୍କ ସମେତ ବହୁ ଆଗଧାଡ଼ିର ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ l


