ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର, ଚମାଖଣ୍ଡି ଓ ଗଞ୍ଜାମ ଜୋନ ମିଳିତ ବୈଠକ ସ୍ଥାନୀୟ ଲଷ୍ମଣ ଭବନ ଠାରେ ବର୍ଷିଆନ କମ୍ୟୁନିଷ୍ଟ ନେତା ଗୋକୁଳ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଜାତୀୟ ପରିଷଦ ନେତା ଏନ . ନାରାୟଣ ରେଡି ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରକାଶ ପତ୍ର, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନବିରୋଧୀ ନୀତି,ତଥା ଦରଦାମ ବୃଦ୍ଧି ନିୟଂତ୍ରଣ, ଲୋକଙ୍କୁ ରୋଜଗାର, ଶିକ୍ଷା ଓ ସ୍ୱାସ୍ଥ୍ୟ ବବ୍ୟବସ୍ଥା ର ସୁଧାର ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କୃଷକ ଙ୍କୁ ସର୍ବ ନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଗ୍ୟାରେଣ୍ଟି, ଶ୍ରମିକ ଅଧିକାର ସୁରକ୍ଷା ଓ ବେଲେଟ ପେପର ଭୋଟ ଆଦି ଦାବୀ ନେଇଁ ଅଗଷ୍ଟ ୬ରୁ ୧୫ଜନସମ୍ପର୍କ ପଦଯାତ୍ରା,ଓ ସେପ୍ଟେମ୍ବର ୧ଦିଲ୍ଲୀ ଠାରେ ପରିବର୍ତ୍ତନ ଜରୁରୀ ମହାସ ମାବେଶ କୁ ସଫଳତା ପାଇଁ ଆହ୍ୱାନ ଦେଇଥିଲେ ତିନୋଟି ଜୋନ ରେ ବିଭିନ୍ନ ପଂଚାୟତ ରେ ପଦ ଯାତ୍ରା ଓ ଦିଲ୍ଲୀ ସମାବେଶ ରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ଏହି ବୈଠକ ରେ ଜିଲ୍ଲା ସହ- ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ ସେଠି ଛତ୍ରପୁର ଜୋନ ସମ୍ପାଦକ ଡି.ଆଦିନାରୟଣ ରେଡି,ସହ ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ଚମାଖଣ୍ଡି ଜୋନ ସହ ସମ୍ପାଦକ ଗୁରୁନାଥ ପ୍ରଧାନ ଗଞ୍ଜାମ ଜୋନ ସମ୍ପାଦକ ଭାସ୍କର ପତ୍ର ସହ ସମ୍ପାଦକ ରଜନୀକାନ୍ତ ବେହେରା, ସିଏଚ ଜନାର୍ଦନ ରେଡି, ଏନ.ଭାନୁମତି ରେଡି, ରାଜୀବ ଲୋଚନ ପଣ୍ଡା, ନାରାୟଣ ନାୟକ, ଡ଼ ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ l


