୬ ମାସ ହେଲା ହୋଇନି ପଂଚାୟତ ସମିତି ବୈଠକ : ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଅଧକ୍ଷା

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲା ଛତ୍ରପୁର ପଂଚାୟତ ସମିତି ର ବୈଠକ ତୁରନ୍ତ କରିବାକୁ  ଗୁରୁବାର  ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି    ଲିଖିତ ଭାବେ ଜଣାଇଛନ୍ତି l ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଗତ ୬ ମାସ ହେଲା ଛତ୍ରପୁର ପଂଚାୟତ ସମିତି ର ବୈଠକ ହୋଇନାହିଁ l ଯାହାଫଳ ରେ ସରପଞ୍ଚ ଏବଂ ସମିତି ସଭ୍ୟ / ସଭ୍ୟା ମାନେ ସେମାନଙ୍କ ସମସ୍ୟା ଗୁଡିକ ସଠିକ ଭାବରେ ଉପସ୍ଥାପନା କରି ପାରୁନାହାନ୍ତି l ଏନେଇ ବିଡ଼ିଓ ଙ୍କୁ କହିଲେ ସେ କହୁଛନ୍ତି ଯେ ଡିଆରଡିଏ ରୁ ନିର୍ଦେଶ ଆସିନି ବୋଲି l ଏଣୁ ଛତ୍ରପୁର ପଂଚାୟତ ସମିତି ର ବୈଠକ ତୁରନ୍ତ କରାଯାଉ ବୋଲି  ବ୍ଲକ ଅଧ୍ୟକ୍ଷା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ