ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ ଆଦମୀ ପାର୍ଟି ବିକ୍ଷୋଭ
ଛତ୍ରପୁର, (ଓ୍ବାଇଏନଏସ): ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମ ପଞ୍ଚାୟତରେ ଅନ୍ତୋଦୟ ଗୃହ ଯୋଜନାରେ ଅନିୟମିତତା, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ , ବିକାଶମୂଳକ କାର୍ଯ୍ୟରେ ଅବହେଳା ଏବଂ ମହିଳା ସରପଞ୍ଚଙ୍କ ପ୍ରତି ବିଡିଓଙ୍କ ଦୁବ୍ୟବହାର ଅଭିଯୋଗକୁ କେନ୍ଦ୍ର କରି ଦୀର୍ଘ ୫୨ ଦିନ ଧରି ଚାଲିଥିବା ଧାରଣା ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ଓ ସମାଧାନ କରିବା ଦାବୀ ନେଇ ଗୁରୁବାର ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଆବାହକ ସୁବାଷ ଚନ୍ଦ୍ର ରାଉତ ଓ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଙ୍କ ନେତୃତ୍ୱ ରେ ବହୁ ନେତା ଏବଂ କର୍ମୀ ମାନେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l


