ବିଶ୍ଵ ପରିବେଶ ଦିବସରେ ବୃକ୍ଷ ରୋପଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପ୍ରତି ବର୍ଷ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଲୁକା ଆଇନ ସମିତି, ହିଞ୍ଜିଳିକାଟୁ ପକ୍ଷରୁ ଶୁକ୍ରବାର ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବିଶ୍ଵ ପରିବେଶ ଦିବସ ପାଳନ କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସବ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକ, ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ତହସିଲଦାର ତପନ କୁମାର ମହାପାତ୍ର, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଆଇନଜୀବୀ ଦ୍ବିତୀକୃଷ୍ଣ ସାବତ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ପ୍ରକୃତି, ପରିବେଶ ଓ ସୁସ୍ଥ ମାନବ ସମାଜର ଅସ୍ଥିତ୍ଵ ଓ ଜୀବନ ଧାରଣର ମାନ ଏବେ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ବାନ ପାଲଟିଛି। ବିଶ୍ବ ତାପାୟନରେ ଅସାମତାନତା ଓ ପରିବେଶର ଉପଯୁକ୍ତ ସୁରକ୍ଷା ଓ ସଚେତନତା ପାଇଁ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହିଛି। ଏଣୁ ବୃକ୍ଷ ରୋପଣର ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ଅଭିମତ ପ୍ରକାଶ କରିଥିଲେ। ପରେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅତିଥି ବୃନ୍ଦ ବୃକ୍ଷ ରୋପଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅସ୍ତ୍ରୋପଚାର ବିଭାଗୀୟ ବିଶେଷଜ୍ଞ ଡାକ୍ତର ତପନ କୁମାର ମଲ୍ଲ, ଉପଖଣ୍ଡ ଚିକିତ୍ସାଳୟ କର୍ମଚାରୀ ସତ୍ୟ ନାରାୟଣ ପଟ୍ଟନାୟକ, ରେଣୁବାଳା ବେହେରା, ମିଲି ପଣ୍ଡା, ମହେଶ୍ୱତା ପାତ୍ର, ରଶ୍ମିତା ଚୌଧୁରୀଙ୍କ ସମେତ ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ