ଯୁକ୍ତ ୨ ପରୀକ୍ଷା ଫଳ: କଳାରେ କିରଣ ଏବଂ ବିଜ୍ଞାନରେ ଆବୀଗଲ ଟପ୍ପର
ରାଇକିଆ,(ଓ୍ବାଇଏନଏସ):ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ୨ କଳା ଏବଂ ବିଜ୍ଞାନରେ ପରୀକ୍ଷା ଦେଇଥିଲେ । ବଡ଼ ବାରବା ହାଇସ୍କୁଲର କିରନ୍ ଦଳ ବେହେରା ୫୨୨ ମାର୍କ ସହ ୮୭ ପ୍ରତିଶତ ମାର୍କ ରଖି ରାଇକିଆ ବ୍ଲକ ଟପର ହୋଇଛନ୍ତି । ବିଜ୍ଞାନ ବିଭାଗରେ ଜୀବନ ଜ୍ୟୋତି କଲେଜ ର ଛାତ୍ରୀ ଆବୀଗଲ ନାୟକ ୪୦୨ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ଅନ୍ୟ ପକ୍ଷରେ ସୁଧାକିରଣ କଲେଜ ଛାତ୍ରୀ ଛାତ୍ର ମାନେ ଯୁକ୍ତ ଦୁଇ କଳା ରେ ଉଲେଖନିୟ ସଫଳତା ହାସଲ କରିଛନ୍ତି । ସମୁଦାୟ ୨୩୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୭୩ ଜଣ ପ୍ରଥମ ଶ୍ରେଣୀରେ ଏବଂ ୯୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି । ସେହି ପରି ବଡ଼ ବାରବା ହାଇସ୍କୁଲ୍ ର ୪୬ ଜଣ ପରୀକ୍ଷା ଦେଇ ଥିବା ବେଳେ ୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।


