ରାମଚଣ୍ଡି ମନ୍ଦିର ସଫେଇ କରିବା ସହ ନାରୀଶିକ୍ଷା ଲାଗି ସଚେତନତା କଲେ ହାଟଡିହି କଲେଜ ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାରେ ଆଜି ପୋଡ଼ସିଙ୍ଗିଡ଼ି ସ୍ଥିତ ରାମଚଣ୍ଡି ମନ୍ଦିର ସଫେଇ କରିବା ସହ ନାରୀ ଶିକ୍ଷା ପାଇଁ ଗ୍ରାମବାସୀଙ୍କୁ ସଚେତନତା କରାଇଛନ୍ତି ହାଟଡିହି କଲେଜର ଏନ.ଏସ.ଏସ ଛାତ୍ରଛାତ୍ରୀ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ ୫୦ ଜଣ ସ୍ବେଚ୍ଛାସେବୀ ପନ୍ଦାଡୋ ପଞ୍ଚାୟତ ଅଧୀନ ପୋଡ଼ାସୀଙ୍ଗିଡି ଗ୍ରାମର ଏହି ଐତିହ୍ୟ ସମ୍ପର୍ଣ୍ଣ ରାମଚଣ୍ଡୀ ପୀଠକୁ ସଫା ସୁତୁରା କରିବା ସହିତ ବଣ ଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ, ପଲିଥିନି ମୁକ୍ତ କରିବା ନିମନ୍ତେ ସଚେତନ କରାଇଥିଲେ। ପରେ ଗ୍ରାମ ପରିସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ନାରୀଶିକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିତ୍ତ ରଞ୍ଜନ ରାଉତଙ୍କ ସହ ଅଧ୍ୟାପିକା ନୀଲମ ସ୍ଵୟଂ, ଅଧ୍ୟାପକ ଜଳଧର ଦାସ, ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରର ଦ୍ୱିତୀୟ ଦିନରେ ପୋଡ଼ାସୀଙ୍ଗିଡ଼ି ପ୍ରାଥମିକ ବିଦ୍ୟାଳୟ ପରିସର ସଫେଇ ସହିତ ଜଳ ସଂରକ୍ଷଣ ଓ ଜଳ ପ୍ରଦୂଷଣ ଉପରେ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ତୃତୀୟ ଦିନରେ ଅନ୍ଧବିଶ୍ୱାସ ଓ ଡାହାଣୀ ଉପରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁ ଲୋକ ମାନଙ୍କୁ ଅନ୍ଧବିଶ୍ୱାସ ଦୂରୀକରଣ ନେଇ ସଚେତନ କରାଯାଇଥିଲା।


