ରାଜନୀତି ବିଜ୍ଞାନ ସମ୍ମାନ ସ୍ନାତକ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ମହାବିଦ୍ୟାଳୟର ୧୯୯୫ ମସିହା ପ୍ରଥମ ବ୍ୟାଚ୍ ରାଜନୀତି ବିଜ୍ଞାନ ସମ୍ମାନ ସ୍ନାତକ ପାସ ଆଉଟ ଛାତ୍ରଛାତ୍ରୀ ମାନଙ୍କ ସପରିବାର ପକ୍ଷରୁ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଗରପଡା ନିକଟସ୍ଥ ଗୋବରା ହୁଡି ପାଦ ଦେଶରେ ଅନୁଷ୍ଠିତ ଉତ୍ସବରେ ତତ୍କାଳୀନ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଷିକେଶ ଗିରି, ନାରାୟଣ ଚନ୍ଦ୍ର ପୁରୀ ଅତିଥି ଭାବେ ଯୋଗ ଦେଇ ବନ୍ଧୁମିଳନର ପରମ୍ପରା ଦ୍ୱାରା ଗୁରୁ, ଶିଷ୍ୟ, ବନ୍ଧୁବାନ୍ଧବ ମାନଙ୍କ ପରିବାର ମଧ୍ୟରେ ନିିବିଡତା ଦୃଢିଭୂତ ହେବା ସହିତ ସମ୍ପର୍କର ନିବିଡତା ବୃଦ୍ଧି ହୋଇ ପାରୁଛି ବୋଲି କହିଥିଲେ । ଶିକ୍ଷକ ପ୍ରଭାତ କୁମାର ପାଣିଗ୍ରାହୀ ଓ ବିକାଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବିଚାରପତି ହିମାଂଶୁ ଶେଖର ମଲ୍ଲିକ, ଶିକ୍ଷକ ଦୁର୍ଯ୍ୟଧନ ରାଉତ, ଅଶୋକ କୁମାର ପାତ୍ର, ଗୋପୀନାଥ ଦାଶ, ନିରଞ୍ଜନ ପଣ୍ଡା, ମଦନ ମୋହନ ପାଣିଗ୍ରାହୀ, ନୃସିଂହ ଚରଣ ମହାନ୍ତି, ମାମିନାରାଣୀ କର, ଅତସୀ ମିଶ୍ର, ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ, ସ୍ୱର୍ଣ୍ଣପ୍ରଭା ବେହେରା, ପ୍ରମିଳା ମହାପାତ୍ର, ସୌଦାମିନୀ ରାଉତ, ଶିକ୍ଷୟିତ୍ରୀ ସସ୍ମିତା ପାଣିଗ୍ରାହୀ, ସସ୍ମିତା ରାଉତ ପ୍ରମୁଖ ଯୋଗ ଦେଇ ବନ୍ଧୁମିଳନ ଦ୍ୱାରା ନିବିଡତା ଓ ଭାଇଚାରା ବୃଦ୍ଧି ପାଉଛି ବୋଲି କହିଥିଲେ । ଏହି ଅବସରରେ ଏକ ବିପର୍ଯ୍ୟୟ ପାଣ୍ଠି ଗଠନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ