ନିମ୍ନମାନର ମଧ୍ୟାହ୍ନ ଭୋଜନ : ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍
କେନ୍ଦ୍ରାପଡ଼ା (ଚିିତ୍ତରଞ୍ଜନ ଦାଶ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପରସା ଯାଉଛି। ମଧ୍ୟାହ୍ନ ଭୋଜନରେ ଯେଉଁ ସୋୟାବିନ ପଡୁଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ସେହିପରି ଛାତ୍ରଛାତ୍ରୀଙ୍କୁ ଯେଉଁ ବାଦାମଲଡୁ ଦିଆଯାଉଛି ତାହାର ମାନ ମଧ୍ୟ ସଠିକ ନାହିଁ। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ପିଇବା ପାଇଁ ଯେଉଁ ପାନୀୟ ଜଳ ଦିଆଯାଉଛି ତାହା ମଧ୍ୟ ସଂକ୍ରମିତ। ଏହାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପତ୍ରସଂଖ୍ୟା – ୬୩୫୩ତା ୧୭.୦୭.୨୦୨୫ରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୧ତାରିଖ ମଧ୍ୟରେ ଜବାବ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଯଦି ପ୍ରଧାନ ଶିକ୍ଷକ ନୋଟିସର ଉତ୍ତର ଦେବାରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।


