ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି ପୋଟଲାମପୁର ପଞ୍ଚାୟତ

ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପୋଟମପେଟା ଓ ଆର୍ଯ୍ୟପଲ୍ଲୀ ସମୁଦ୍ର ଅଂଚଳ କୂଳ ଖାଉଥିବା ବେଳେ ଏବେ ଋଷିକୂଲ୍ୟା ନଦୀ କୂଳ ଖାଇବା ଦେଖିବାକୁ ମିଳିଛି l ଏପରି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୂର ଅଂଚଳ ରେ l ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବୋରଦା ନିକଟରେ ଚାଲିଛି କଂସାରୀଗଣ୍ଡ ବ୍ୟାରେଜ ନିର୍ମାଣ କାର୍ଯ୍ୟ l ଦାୟିତ୍ୱ ରେ ଥିବା ଠିକାସଂସ୍ଥା ର ତ୍ରୁଟିପୁର୍ଣ କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ସଙ୍କଟରେ ପୋଟଲାମପୁର ପଞ୍ଚାୟତ l ଋଷିକୂଲ୍ୟା ନଦିର ବୋରଦା ପଟେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ପଟେ ପାଣି ବନ୍ଦ କରାଯାଇଛି l ଅନ୍ୟପଟେ ପୋଟଲାମପୁର ପଞ୍ଚାୟତ ରହିଥିବା ବେଳେ ଏହି ପଟେ ପାଣି ପ୍ରବାହିତ ହେଉଥିବା ହେତୁ ନଦୀ କୂଳ ଲଂଘନ କରୁଛି l ଯାହା ଫଳରେ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛ ନଦୀ ଜଳରେ ଲୀନ ହୋଇଯାଇଥିବା ବେଳେ ଗ୍ରାମଟି କେତେବେଳେ ନଦୀ ଜଳରେ ମିଶିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅଂଚଳବାସୀ ମାନେ l ଆର ପଟେ କାମ ଶେଷ ହୋଇଥିବା ବେଳେ ପାଣିକୁ ସେହି ପାର୍ଶ୍ୱରେ ଛାଡିଥିଲେ ଏହିଭଳି ସମସ୍ୟା ଉପୁଜିନଥାନ୍ତା ବୋଲି କହିଛନ୍ତି ସେମାନେ l କଂସାରୀଗଣ୍ଡ ବ୍ୟାରେଜ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା  ଙ୍କ  ବାରମ୍ବାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀମାନେ ସେଠାରେ ଉପସ୍ଥିତ ନ ରହି  ମନମୁଖୀ କାର୍ଯ୍ୟ ଯୋଗୁଁ ଏହିଭଳି ସମସ୍ୟା ଉପୁଜିଥିବା ବେଳେ ଅଭିଯୋଗ  ପରେ ଧର୍ମକୁ ଆଖି ଠାର ଭଳି ଅଧିକାରୀ ମାନେ ସ୍ଥଳରେ ପହଞ୍ଚି ସମତୁଲ କରୁଛନ୍ତି l ଅନ୍ୟପଟେ କଂକ୍ରିଟ ଗାର୍ଡ ୱେଲ ସମେତ ପଥର ବନ୍ଧ ନିର୍ମାଣ କରିବାକୁ ସରପଞ୍ଚ ନିରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ଶତ୍ରୁଘନ ବିଶ୍ୱାଳ ସହ ବହୁ ଅଂଚଳବାସୀ ମାନେ ଦାବି କରିଛନ୍ତି l  ଏ ସମସ୍ତ କାର୍ଯ୍ୟ ଆସନ୍ତା ୧୦ /୧୫ଦିନ ମଧ୍ୟରେ ତ୍ୱରାନ୍ନୀତ କରିବାକୁ କହିଛନ୍ତି ଅଂଚଳବାସୀ l ନଚେତ ଆଗାମୀ ଦିନ ରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ଚେତାବନୀ ଦେଇଛନ୍ତି l ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଦେଖି ଜଳ ସେଚନ ବିଭାର ର ଜୈନକ ଅଧିକାରି  ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ