ବଞ୍ଚୋରେ ରାମନବମୀ ପାଳନ ପାଇଁ ପ୍ରସ୍ତୁତି ଶେଷ

ହାଟଡିହି , (ଓ୍ବାଇଏନଏସ)  : ହାଟଡିହି ବ୍ଲକ ବଞ୍ଚୋରେ ରାମନବମୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ଆସନ୍ତା କାଲି ୨୭ ତାରିଖ ସକାଳ ୭ଟା ବେଳେ ବୈତରଣୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା କରାଯିବା ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚନା ସହ ରାମାଭିଷେକ କରାଯିବ। ସମସ୍ତ ପ୍ରସ୍ତୁତି ସମ୍ପର୍ଣ୍ଣ ହୋଇଛି। ମନ୍ଦିର ପରିସରକୁ ସୁସଜିତ ଆଲୋକମାଳାରେ ସଜା ଯାଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରା ଯାଇଛି। ସେହିପରି ୨୮ତାରିଖରେ ମା ବାରାହୀଙ୍କ ନିକଟରେ ଦଶମୀପୂଜା ଓ ହୋମଯଜ୍ଞ କରାଯିବ। ୨୮ ଓ ୨୯ ତାରିଖ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହ ୩୧ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ  ଖୋଲାମାଞ୍ଚ ଯାତ୍ରା ଅନୁଷ୍ଠିତ ହେବ। ଏହି ଉତ୍ସବ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଛି। ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କ ନେତୃତ୍ୱରେ  ପୂଜା କମିଟିର ସଦସ୍ୟ ମାନେ ଏନେଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଓ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ସମସ୍ତ ଉପଖଣ୍ଡ ସ୍ତରୀୟ ପ୍ରଶାସନିକ ଅଧିକାରୀ ଙ୍କୁ ଭେଟି ପୂଜାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ