ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍) : ଆସନ୍ତା ୧୫ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବ ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକ ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ଆସିକା ଏନଏସି ଅଧିନସ୍ଥ ୫ ନମ୍ବର ୱାର୍ଡର ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତ୍ରିବିଧେଶ୍ୱରଙ୍କ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜାଗର ଯାତ୍ରାକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନଏସି ଅଧୀନସ୍ଥ ବଜାରସାହି ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଜିତେନ୍ଦ୍ର କୁମାର ମହାରଣା, ଅଜିତ୍ କୁମାର ମୁନି, ସାଗର ମୁନି, କାଳିଆ ମୁନି, ନରସିଂହ ମୁନି, ସତୀଶ୍ ଆଚାରୀ, ଇ.ଶୁଭମ୍ ପାତ୍ର, ଓମ୍ ସାହୁ, ରାହୁଳ ଆଚାରୀ, କାହ୍ନା ଆଚାରୀ, ଗାନ୍ଧୀ ମୁନି, ବାବାଚରଣ ମୁନି, ତାରିଣୀ ଆଚାରୀ, ଶିଶିର ମହାପାତ୍ର, ସାଗର ମହାପାତ୍ର, ସନ୍ମୁଖ ଆଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଗ୍ରାମବାସୀ, ଯୁବପିଢୀ ଏକମନ ଏକପ୍ରାଣରେ ଶ୍ରୀଶ୍ରୀ ତ୍ରିବିଧେଶ୍ୱରଙ୍କ ଆଗାମୀ ଜାଗର ଯାତ୍ରାକୁ ରିତୀନିତୀ ଅନୁଯାଇ ସମ୍ପନ୍ନ କରିବା ଲାଗି ଲାଗିପଡିଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଅବସରରେ ଶ୍ରୀଶ୍ରୀ ତ୍ରିବିଧେଶ୍ୱର ମହାପ୍ରଭୁଙ୍କ ଶୈବପୀଠରେ ଭୋର ୩ଘଟିକାରୁ ପହଡ ଖୋଲିବା ପରେ ଠାକୁରଙ୍କ ଅବକାଶ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ପରେ ଶ୍ରଦ୍ଧାଳୁଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଜଣାପଡିଛି। ପବିତ୍ର ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଶ୍ରୀ ଶ୍ରୀ ତ୍ରିବିଧେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର ମହାଶିବରାତ୍ରୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜାଗରଯାତ୍ରା କାର୍ଯ୍ୟକ୍ରମକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବରରେ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବହୁ ଅଲୌକିକ ପ୍ରଚୀନ ତଥା ଅତି ପୁରାତନ ଶୈବପୀଠ ରହିଛି । ସେଥି ମଧ୍ୟରୁ ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ତ୍ରିବିଧେଶ୍ୱର ପୀଠ ଅନ୍ୟତମ । ତ୍ରିବିଧେଶ୍ୱର ମହାଦେବଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ସକଳ ପାପ କ୍ଷୟ ହୋଇ ମନସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଭକ୍ତଙ୍କ ଅଗାଢ ଭକ୍ତି, ଭାବନା ଓ ବିଶ୍ୱାସ ରହିଛି । ପ୍ରଭୂ ତ୍ରିବିଧେଶ୍ୱର ଭକ୍ତଙ୍କ ଦୁଃଖ ଶୁଣନ୍ତି, ରିଷ୍ଟ ଖଣ୍ଡନ କରନ୍ତି ଏବଂ ତାଙ୍କ ପାଦୁକା ପାନ କଲେ ସର୍ବରୋଗ ଉପସମ ହେବା ସହ ସର୍ବବ୍ୟାଧି ଦୂରେଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଏହି ପୀଠକୁ ବର୍ଷତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ବାବା ତ୍ରିବିଧେଶ୍ୱରଙ୍କ ପୀଠରେ ହରଗୌରୀଙ୍କ ଯୁଗଳମୂର୍ତ୍ତି ପୂଜା ପାଉଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ଅତ୍ୟନ୍ତ ନିଷ୍ଠାର ସହ ରୁଦ୍ରାଭିଷେକ ଯଜ୍ଞ ମଧ୍ୟ ବର୍ଷର ବିଭିନ୍ନ ସମୟରେ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଜାଗରଯାତ୍ରା ପାଇଁ ତ୍ରିବିଧେଶ୍ୱର ଶୈବପୀଠ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳୁଛି ।


