କବିସୂର୍ଯ୍ୟଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ପ୍ରସ୍ତୁତି

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଓଡ଼ିଆ ସାହିତ୍ୟାକାଶ ର ଉଜ୍ଜଳତମ ନକ୍ଷତ୍ର କବିସୂର୍ଯ୍ୟ ବଳଦେବ ରଥ ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ପବିତ୍ର  ଙ୍କ ଜନ୍ମମାଟି   ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ସୋମବାର ତାଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏଥି ଉପଲକ୍ଷେ ଆୟୋଜିତ ଆଲୋଚନା ସଭା ଓ କବିତା ପାଠୋତ୍ସବ ରେ ବହୁ ସାହିତ୍ୟକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବେ ବୋଲି ସ୍ମୃତି ପରିଷଦର କାର୍ଯ୍ୟକର୍ତ୍ତା ବୃନ୍ଦ ଜଣାଇଛନ୍ତି।ସେହିପରି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଜଲମରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଉତ୍ତରବାଙ୍କ ଅଶ୍ୱସ୍ଥି ବାରୁଣୀ ଘାଟ ଠାରେ ସୋମବାର ସକାଳେ କବିସୂର୍ଯ୍ୟ ଙ୍କ ଉଦ୍ଦେଶ୍ୟ ରେ ତିଳ ତର୍ପଣ ସୂର୍ଯ୍ୟାର୍ଘ୍ୟ ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ମୃତି ପରିଷଦ କାର୍ଯ୍ୟକର୍ତ୍ତା ବିନାୟକ ଦାସ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ