“ନାରୀ ଶକ୍ତି ବନ୍ଦନ” ସଚେତନତା ସଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ପ୍ରଶାସନ ଦ୍ବାରା ପୂର୍ବାହ୍ନ ୯.୦୦ ଘଟିକା ସମୟରେ “ନାରୀ ଶକ୍ତି ବନ୍ଦନ” ସଚେତନତା ସଭାଯାତ୍ରା ଆୟୋଜିତ ହୋଇଥିଲା । ଆଗାମୀ ଦିନରେ ଖୁବ୍ ଶୀଘ୍ର  ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ପାରିତ ହେବ । ଏହା ଦ୍ବାରା ନାରୀ ମାନେ ସାଧାରଣ ନିର୍ବାଚନରେ ୩୩% ସଂରକ୍ଷଣ ପାଇପାରିବେ । ଏହା ଭାରତ ସରକାରଙ୍କ ନାରୀ ମାନଙ୍କ ପ୍ରତି ଏକ ସୁପରିକଳ୍ପିତ ଚିନ୍ତାଧାରା । ଏହି ସଭାଯତ୍ରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ବାହାରି ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ହୋଇଥିଲା । ଏଠାରେ ଆଜିକାର ମୁଖ୍ୟ ଅତିଥି ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା  ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଓ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ପତାକା ହଲାଇ ସଭାଯତ୍ରା କୁ ଆରମ୍ଭ କରିଥିଲେ । ଏହି ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ନାରୀ ନେତ୍ରୀ ଶ୍ରୀମତୀ ମମତା ମହାପାତ୍ରଙ୍କ  ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହା ନାରୀ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ । ଏହି ସଭାଯାତ୍ରା ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ସାମିଲ ଥିଲେ । ନାରୀ ମାନଙ୍କର ସଶକ୍ତିକରଣ ଉପରେ ନାରା ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ସଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହା ଏକ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ପୁରୁଷ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲାପରେ ସେମାନେ ମଞ୍ଚ ତଳେ ବସିଥିଲେ । କେବଳ ନାରୀ ଶକ୍ତି ହିଁ ମଞ୍ଚାସୀନ ଥିଲେ । ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ମାନ୍ୟବର ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ, ନାରୀ ନେତ୍ରୀ ଶ୍ରୀମତୀ ମମତା ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ପ୍ରିନ୍ସିପାଲ ଶ୍ରୀମତୀ ଝାନସି ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।
   ଜିଲ୍ଲାପାଳ ଶ୍ରୀଯୁକ୍ତ ମୟୂର ବିକାଶ ମହୋଦୟ ନାରୀ ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଲୁକାଇତ ରହିଥିବା ପ୍ରତିଭାକୁ ଜାଗରଣ କରିବା ପାଇଁ ସଭାରେ ଉପସ୍ଥିତ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଦ୍ଵାରା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ଆଗତ କରାଯିବ । ଏ ସମ୍ପର୍କରେ ଶ୍ରୀଯୁକ୍ତ ଷଡଙ୍ଗୀ ପୁଙ୍ଖାନୁପୁଙ୍ଖ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ବୁଝାଇଥିଲେ । ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ନାରୀ ଜାତିର ବିକାଶ ପାଇଁ ଅନେକ ଯୋଜନା ମାନ ଆଣିଛନ୍ତି । ସେଗୁଡିକ ହେଲା ବେଟି ବଚାଓ ବେଟି ପଢ଼ାଓ, ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ସୁଭଦ୍ରା ଯୋଜନା ଇତ୍ୟାଦି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ