ପ୍ରଧାନଶିକ୍ଷକଙ୍କ ଅଭିନଵ ପ୍ରୟାସ: ନିଜର ଦୋଷକୁ ଲୁଚାଇବା ପାଇଁ ନେଲେ ଅଭିଭାବକଙ୍କ ସାହାରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ନିଜ ଦୋଷକୁ ଲୁଚାଇବା ପାଇଁ ଅଭିନବ ପ୍ରୟାସ କରିଛନ୍ତି ଜଣେ ପ୍ରଧାନଶିକ୍ଷକ. ଏଥିପାଇଁ ସେହି ସ୍କୁଲର ଅଭିଭାବକଙ୍କ ସାହାରା ନେଲେ ପ୍ରଧାନଶିକ୍ଷକ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗଜପତି ଜିଲ୍ଲାର ରାୟଗଡ ବ୍ଲକ ମହକୁମାରେ ଥିବା ଏସଏସଡି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସପକ୍ଷରେ ୫୦ ଜଣ ଅଭିଭାବକମାନେ ଗଜପତି ଜିଲ୍ଲାପାଳଙ୍କ ପାଖକୁ ଯାଇ ଏସଏସଡି ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ସାହୁକାର ଜଣେ ଭଲ ଲୋକ, ସେ ଉକ୍ତ ବିଦ୍ୟାଳୟକୁ ଆସିବା ପରେ ବିଦ୍ୟାଳୟର ସବୁ କ୍ଷେତ୍ରରେ ଉନ୍ନତି ହୋଇଛି ଆଦି କେତେକ ବିଷୟରେ ଗଜପତି ଜିଲ୍ଲାପାଳଙ୍କୁ ଅଭିଭାବକମାନେ ଜଣାଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ କିଛି ଦିନ ତଳେ ରାୟଗଡର ପୂର୍ବତନ ସରପଞ୍ଚ ଦୀପ୍ତିପ୍ରଭା ଲାଲ ଶବର ରିଲେ ଅନଶନରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ. ସେ ସମୟରେ ସେ ଅଭିଯୋଗ କରିଥିଲେ ଯେ, ଉକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ହୋଇଥିବା ସହ ବିଦ୍ୟାଳୟକୁ ଆସିଥିବା କାର୍ଯ୍ୟ ଗୁଡିକରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ବିଷୟକୁ ନେଇଁ ବାରମ୍ବାର ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ଠାରେ କଲାପରେ ମଧ୍ୟ କିଛି ତଦନ୍ତ ନ ହେବା ଯୋଗୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ. ଧାରଣା ଦେବାର ତିନି ପରେ ନୁଆ ଜିଲ୍ଲାପାଳଙ୍କ ନିର୍ଦେଶ ରେ ପ୍ରଶାସନିକ ଅଧିକାରୀ ଶ୍ରୀ ଶବରଙ୍କ ସହ ସାକ୍ଷତ କରି ସମସ୍ତ ଅଭିଯୋଗ ଶୁଣି ସରକାରଙ୍କ ନିୟମ ଅନୁସାରେ ତଦନ୍ତ କରାଯିବ ବୋଲି ପ୍ରତଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ. ବର୍ତ୍ତମାନ ସଧାରଣରେ ପ୍ରଶ୍ନ ଉଠୁଛି ଯେ, ପ୍ରଧାନଶିକ୍ଷକ ସୁରେଶ ସାହୁକାରଙ୍କ କାର୍ଯ୍ୟ କଳାପ ସବୁ ଅଭିଭାବକ ମାନେ ଜାଣିଲେ କିପରି ପ୍ରଧାନ ଶିକ୍ଷକ ଭଲ ବୋଲି । ସେମାନଙ୍କୁ କିଏ ପ୍ରବର୍ତ୍ତାଇ ଜିଲ୍ଲାପାଳଙ୍କ ପାଖକୁ ପ୍ରଧାନଶିକ୍ଷକଙ୍କ ସପକ୍ଷରେ କହିବାକୁ ପଠାଇଲା. ଷଷ୍ଠ ଶ୍ରେଣୀରେ କେତେ ପିଲା ଜୟନ କରିବେ ଏହି ବିଷୟ ପ୍ରଧାନଶିକ୍ଷକ କାହିଁକି ପୂର୍ବରୁ ପ୍ରକାଶ କରିଲେ ନାହିଁ। ବର୍ତ୍ତମାନ ଅଭିଭାବକମାନେ କାହିଁକି ପ୍ରଧାନଶିକ୍ଷକଙ୍କ ଉପରେ ଏତେ ଦରଦ। ତିନି ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରି ଘରକୁ ପଠାଇ ଦେବା କେତେ ଯୁକ୍ତିଯୁକ୍ତ ? ଆଜି ସେହି ପିଲାମାନେ ପାଠ ନ ପଢି ପାରି ଦାଦନ ଖଟିବାକୁ ଯାଉଛନ୍ତି. ସେମାନଙ୍କ ଭବିଷ୍ୟତ ପାଇଁ ଦାୟୀ କିଏ ? ଆଜି ଆସି ଥିବା ଲୋକେ ସେହି ତିନି ପିଲାଙ୍କ ଭବିଷ୍ୟତ ଦେଇ ପାରିବେ କି ? ଏହିପରି ବିଭିନ୍ନ ପ୍ରକାରର ପ୍ରଶ୍ନ ସାଧାରଣରେ ଆଲୋଚାନୋ ହେଉଛି । ନିଜେ କରିଥିବା ଦୁର୍ନୀତିର ତଦନ୍ତକୁ ବାଟବଣା କରିବାକୁ ପ୍ରଧାନ ଶିକ୍ଷକ ଅଭିଭାବକମାନଙ୍କ ସାହାରା ନେଇ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି. ଦୁର୍ନୀତି କରିଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ବାହାନା କରି ଅଭିଯୋଗରୁ ଖସିବାକୁ ଉପାୟ କରି ଥାଆନ୍ତି ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ଶବର ଅଭିଯୋଗ କରିଛନ୍ତି. ତେଣୁ ପ୍ରଧାନ ଶିକ୍ଷକ ବିରୁଦ୍ଧରେ କରାଯାଇଥିବା ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କଲେ ବହୁ ରହସ୍ୟ ଉଦଘାଟିତ ହେବ ବୋଲି ସେ ନିବେଦନ କରିଛନ୍ତି.