ବିଭିନ୍ନ ଦାବୀନେଇ ଆରଟିଓଙ୍କୁ ଭେଟିଲେ ଘରୋଇ ବସ ମାଲିକ

ଛତ୍ରପୁର, (ଓ୍ବାଇଏନଏସ):   ଆମେ    କେମିତି ବଞ୍ଚିବୁ…  ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ବାଧ୍ୟବୁ । ଆମକୁ  ହଇରାଣ କରାଯାଉଛି । ଆମ କୁ ଚଳିବାକୁ  ଦିଅନ୍ତୁ । ଏପରି ହୋହାଲ୍ଲା କରି   ଗଂଜାମ ଜିଲ୍ଲା ଘରୋଇ ବସର  ବହୁ ମାଲିକ ମାନେ ଆଜି ଗଞ୍ଜାମ ଆରଟିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ  ଆରଟିଓ ଇଂ ଦେବାଶିଷ ସ୍ୱାଇଁଙ୍କୁ ଭେଟି   ଘରୋଇ ବସ  ଚଳାଚଳ ର ସୁ ବ୍ୟବସ୍ଥା କରିବା ସମେତ ଅନ୍ୟାନ୍ୟ  ଦାବୀ ସମସ୍ୟା ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରିଛନ୍ତି।  ଏହାସହ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ   ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି  l ଜିଲ୍ଲା ରେ  ୩୦ ରୁ ୪୦ ବର୍ଷ ଧରି ସମସ୍ତ ରୁଟ୍ ରେ ଘରୋଇ ବସ୍ ସେବା ଯୋଗାଇ ଦେଇ ଆସୁଅଛୁ ।  ବିଗତ କିଛି ଦିନ ହେଲା ସରକାରଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ବସ୍ ସେବା ଏବଂ ଆମ ବସ୍ ବେନିୟମ ଭାବେ ଚଳାଚଳ କରୁଥିବାରୁ ସମସ୍ତ ଘରୋଇ ବସ୍ ମାଲିକ ଆର୍ଥିକ ଓ ମାନସିକ ସ୍ତରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଅଛୁ । ବର୍ତମାନ ଦେଖାଯାଉଛି ଯେ ସମସ୍ତ ରୁଟ୍ ଯଥା ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ପୁରୁଷୋତମପୁର, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ହିଂଜିଳିକାଟୁ, ଶେରଗଡ଼, ଖଲିକୋଟ, ପୋଲସରା, କୋଦଳା ଇତ୍ୟାଦି ରୁଟ୍ ରେ ସେମାନଂକୁ ମିଳିଥିବା ପରମିଟ୍ ରୁଟ୍ ରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଏବଂ ଆମ ବସ୍ ବେନିୟମ ଭାବେ ଚଳାଚଳ କରୁଛନ୍ତି । ଯାହାଦ୍ୱାରା ସେମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ସରକାର ତାଙ୍କର ପେଟ ପାଟଣା ଚଳିବା ନିମନ୍ତେ ଜିଲ୍ଲା ରେ ଘରୋଇ ବସ ଚଳାଚଳ ର ସୁ ବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି  ।ମୁଖ୍ୟମନ୍ତ୍ରୀ ବସ ସେବା ଓ ଆମ ବସ ବେନିୟମ ଚଳାଚଳ କୁ ତୁରନ୍ତ ବନ୍ଦ କରାଯାଉ। ଏହାର ତଦନ୍ତ କରି  ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ବସ ମାଲିକ ମାନେ ଦାବୀ କରିଛନ୍ତି ।   ନଚେତ ଆଗାମୀ ଦିନ ରେ  ସମସ୍ତ  ଘରୋଇ ବସ  କୁ ବନ୍ଦ କରି ଗାଡ଼ି ମାଲିକ ଓ ଗାଡ଼ି କର୍ମଚାରୀ ମାନେ ଜିଲ୍ଲାପାଳ ଓ ଆରଟିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ରେ ବସିବେ  ବୋଲି ଚେତାବନୀ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ