ତ୍ରିନାଥ ମନ୍ଦିର ପରିସରରେ ବେଆଇନ ଦୋକାନ ଗୃହ ନିର୍ମାଣ ନେଇ ପ୍ରତିବାଦ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ଛକରେ ଥିବା ତ୍ରିନାଥ ମନ୍ଦିର ପରିସରରେ ବେଆଇନ ଭାବେ ଏକ ଦୋକାନ ଗୃହ ନିର୍ମାଣକୁ ନେଇ ସାଧାରଣରେ ପ୍ରତିବାଦ କରାଯାଇଛି. କୌଣସି ଅନୁମୋଦନ ବିନା, ଜଣେ ବେସରକାରୀ ବ୍ୟକ୍ତିଙ୍କୁ  ବେଆଇନ ଭାବରେ ଦୋକାନ ଗୃହ ଆବଣ୍ଟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ତ୍ରିନାଥ ମନ୍ଦିର ପରିସରରେ ଏକ ପାନ ଦୋକାନ  ଖୋଲିବା ପାଇଁ କୌଣସି ଅନୁମୋଦନ ବିନା ବେଆଇନ ଭାବରେ ନିର୍ମାଣ କରାଯାଇଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ପୌର ପରିଷଦର ବିନା ଅନୁମୋଦନରେ ଯଦି ଏପରି ଭାବରେ ଦୋକାନ ଗୃହ ନିର୍ମାଣ ଓ ଆବଣ୍ଟନ କରାଯାଏ, ତେବେ ଏହିପରି‌ ଭାବେ ପୌରପାଳିକାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି ବେଆଇନ ଭାବେ ଜବରଦଖଲ ଓ ବେଆଇନ ନିର୍ମାଣ ବଢ଼ି ଚାଲିବ ବୋଲି ଅଞ୍ଚଳବାସୀ ପ୍ରତିବାଦ କରିବା ସହ ବିହିତ କାର୍ଯାନୁଷ୍ଠାନ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ