ଉତ୍କଳ ଡ୍ରଗିଷ୍ଟ ଏଣ୍ଡ କେମେଷ୍ଟ୍ରି ଆସୋସିଏସନ ପକ୍ଷରୁ ଆନ୍ଦୋଳନ

ହାଟଡିହି (ଓ୍ବାଇଏନଏସ): ଉତ୍କଳ ଡ୍ରଗିଷ୍ଟ ଏଣ୍ଡ କେମେଷ୍ଟ୍ରି ଆସୋସିଏସନ ପକ୍ଷରୁ ସମଗ୍ର ରାଜ୍ୟରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ଡାକରା ଦିଆ ଯାଇଛି। ଯାହା ଫଳରେ ଆଜି ସମଗ୍ର ରାଜ୍ୟରେ ଔଷଧ ଦୋକାନ ଗୁଡିକ ବନ୍ଦ ଥିବା ବେଳେ ଅନେକ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହୋଇଛନ୍ତି। ହାଟଡିହି ବ୍ଲକର ଔଷଧ ବ୍ୟବସାୟୀ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଥିବାରୁ ବ୍ଲକରେ ଥିବା ୧୬୦ ଦୋକାନରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଅନେକ ଔଷଧ ବ୍ୟବସାୟୀ ଛେନାପଦି ଠାରେ ଏକତ୍ରିତ ହୋଇ ଅନଲାଇନ ଔଷଧ ବିକ୍ରୀ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ସରକାର ଔଷଧ ଦୋକାନ ଖୋଲିବା ପାଇଁ ଅନେକ ନୀତି ନିୟମ କରିଛନ୍ତି। ଦୋକାନୀ ମାନେ କଣ ଔଷଧ ବିକୁଛନ୍ତି ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲର ତାହାର ମାନ ଯାଞ୍ଚ କରୁଛନ୍ତି। କିନ୍ତୁ ଅନଲାଇନ ଔଷଧ ବିକ୍ରୀରେ କିଏ ମାନ ପରୀକ୍ଷଣ କରୁଛି। ଏପରିକି ଅନଲାଇନ ମାଧ୍ୟମରେ ଅନେକ ଲୋକ ନିଶା ଔଷଧ ମଗାଇ ପରବର୍ତ୍ତୀ ସମୟରେ ସ୍ଥାନୀୟ ଦୋକାନୀ ମାନଙ୍କୁ ଦେବାକୁ ବାଧ୍ୟ କରୁଛନ୍ତି। ସେହିପରି ସରକାର ଶତକଡା ୧୮% ରିହାତି ଦେଉଥିବା ବେଳେ ଅନଲାଇନ ମାଧ୍ୟମରେ ୨୦ରୁ ୨୫ କମରେ ଯୋଗାଇ ଦିଆ ଯାଉଛି। ଯାହା ଫଳରେ ଔଷଧ ବ୍ୟବସାୟୀ ମାନେ କ୍ଷତିର ସମୁଖୀନ ହେଉଛନ୍ତି। ସରକାର ଔଷଧର ଅନଲାଇନ ବିକ୍ରୀ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଦେବେନ୍ଦ୍ର କୁମାର ଜେନା, ମନୋଜ କୁମାର ପାତ୍ର, ସୁଦାମ ଚରଣ ଜେନା, ଆଦିକନ୍ଦ ସ୍ୱାଇଁ, ସଂଗ୍ରାମ ନାୟକ, ଗିରିଧାରୀ ମହାନ୍ତି, ଅଶୋକ ପରିଡା, ଅରୁଣ ଦାସ, ଦୀପ୍ତିକାନ୍ତ ମହାପାତ୍ର, ରଘୁନାଥ ପାଢ଼ୀ, ସଚ୍ଚିତାନନ୍ଦ ସାହୁ, ପୂର୍ଣଚନ୍ଦ୍ର ମିଶ୍ରଙ୍କ ସମେତ ଅନେକ ସଦସ୍ୟ ଭଗନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ