ରାଣୀ ହେମ୍ବ୍ରମ ଙ୍କୁ ସମ୍ବର୍ଦ୍ଧନା ଓ ଆର୍ଥିକ ସହାୟତା ପ୍ରଦାନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଢେଙ୍କା ଗ୍ରାମ ପଞ୍ଚାୟତ ସଙ୍ଗମ ଗ୍ରାମର ଗରିବ ଆଦିବାସୀ ଛାତ୍ରୀ ରାଣୀ ହେମ୍ବ୍ରମ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ ଓ ସ୍ବେଚ୍ଛାସେବୀ ସହାୟତାର ହାତ ବଢ଼ାଇଥିବା ବେଳେ ଆଜି ଆନନ୍ଦପୁର ଆମ୍ବେଦକର ସେବାସଂଘ ତରଫରୁ ତାଙ୍କୁ ଉପଢୋକନ ଓ ପୁଷ୍ପଗୁଛ ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଡାକ୍ତରୀ ଶିକ୍ଷା ପାଇଁ ସହ ଯୋଗର ହାତ ବଢାଇଛନ୍ତି। ବାବସାହେବ ଆମ୍ବେଦକର ସେବା ସଂଘ ର ମୁଖ୍ୟ ଉପଦେଷ୍ଟା –  ଅକ୍ରୁର ଚରଣ ଜେନା, ସଭାପତି ଚତୁର୍ଭୁଜ ଦାସ, ସାଧାରଣ ସମ୍ପାଦକ ଆଇନଜୀବୀ ଚତୁର୍ଭୁଜ ଜେନା, ଉପ ସଭାପତି ପ୍ରାଣନାଥ ଜେନା, ଶ୍ରୀକାନ୍ତ ଜେନା, ସହ ସମ୍ପାଦକ ସୁରେଶ କୁମାର ଜେନା ଓ ସାଂସ୍କୃତିକ ସମ୍ପାଦକ  କଳାକାର ଜେନା ଭେଟି ସମ୍ବର୍ଦ୍ଧିତ କରିଥିଲେ। ଏସବୁ ପାଇ ରାଣୀ କୃତଜ୍ଞତା ଜଣାଇବା ସହ ଭାବ ବିହ୍ବଳ ହୋଇ ଯାଇଥିଲେ । ଗତ ୮ତାରିଖରେ ରାଣୀ ଫୁଲବାଣୀ ମେଡିକାଲ୍ କଲେଜ ରେ ପଢିବା ପାଇଁ ନାମ ଲେଖାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ