ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଅପରାହ୍ନରେ ସହଦେବଖୁଣ୍ଟାସ୍ଥିତ ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ମନ୍ଦିର ପରିସରରେ ଶିଶୁମାନଙ୍କ ମଧ୍ୟରେ ରାଧା ଓ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାତବର୍ଷ ବୟସ ପର୍ଯ୍ୟନ୍ତ ମୋଟ ୬୭ ଜଣ ଶିଶୁ ଦୁଇଟି ଗ୍ରୁପ୍ରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅଭିନବ ମହାଳିକ, ଜିଜ୍ଞାସା ଧଳ, କ୍ରିତିକା ଦାସ ସବ୍ଜୁନିୟର୍ ଓ ପ୍ରିୟଦର୍ଶିନୀ ସାହୁ, ଆଜିକ୍ଷା ମହାପାତ୍ର ଓ ଏଇଲିନ୍ ଆଚାର୍ଯ୍ୟ ଜୁନିୟର୍ ଗ୍ରୁପ୍ରେ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବିଚାରପତି ଭାବେ ସୁନିତା ରାୟ, ପ୍ରତିମା ପଣ୍ଡା ଓ ସଂଘମିତ୍ରା ମହାନ୍ତି ଯୋଗଦେଇ ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଭାତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ଅଦୈତ କୁମାର ମହାନ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ନିହାରିକା ପଟ୍ଟନାୟକ, ପ୍ରତିମା ପରିଡ଼ା, ସୌମ୍ୟା ସାହୁ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ସୁଧାଂଶୁ ପଣ୍ଡା ଓ କିଶୋର ଚନ୍ଦ୍ର ପ୍ରଧାନସହଯୋଗ କରିଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ କୁମାର ତ୍ରିପାଠୀ, ଅନନ୍ତ କୁମାର ଦାସ, ଉମାକାନ୍ତ ମହାନ୍ତି, ପ୍ରଦୀପ ବେହେରା, ଦେବାଶିଷ ଦାସ, ଇଂ. ଡମ୍ବରୁଧର ପ୍ରଧାନ ଓ ବିନୋଦ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ରଜତ କୁମାର ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୁରସ୍କାର ବିତରଣ ପରେ ରାଧାକୃଷ୍ଣଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପୂଜାରେ ସ୍ଥାନୀୟ ବହୁ ମହିଳା ଯୋଗ ଦେଇଥିଲେ।


