ରଜ ମହୋତ୍ସବ: ସମ୍ବର୍ଦ୍ଧିତ ହେଲେ ଓଏଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କସ୍ତୁରୀ ଆଚାରୀ

ବୁଗୁଡ଼ା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡି ଗ୍ରାମରେ ରଜ ମହୋତ୍ସବ କାର୍ଯ୍ୟକ୍ରମ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା। ସମାଜସେବୀ ସତ୍ୟନାରାୟଣଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ଧୂମଧାମରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଞ୍ଚଳର କଳା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରୟାସ କରାଯାଇଥିଲା । ବି.କରଡ଼ାବାଡି ଗ୍ରାମର କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଗ୍ରାମର ପ୍ରତିଭାବାନମାନଙ୍କୁ ସୁଯୋଗ ଦେବା  ନିମନ୍ତେ ଏହି ଉତ୍ସବ ଆୟୋଜିତ କରାଯାଇଛି । ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବା କସ୍ତୁରୀ ଆଚାରୀ, ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସମିତି ସଭ୍ୟା ପ୍ରିୟଙ୍କା ସେଠୀ, ସମାଜସେବୀ ଡ଼ି.ସତ୍ୟନାରାୟଣ ଆଚାରୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ୩୮ ରେଙ୍କ ରଖି କୃତକାର୍ଯ୍ୟ ହୋଇଥିବା କସ୍ତୁରୀ ଆଚାରୀଙ୍କୁ ନିଜର ପୈତୃକ ଗ୍ରାମ ବି. କରଡ଼ାବାଡ଼ିରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି ଶ୍ରୀମତୀ ଆଚାରୀ ପୋଲସରା ସହର ବ୍ରାହ୍ମଣ  ସାହିର ଯୁବ ସାମ୍ବାଦିକ ଜ୍ୟୋତି ରଞ୍ଜନ ଆଚାରୀଙ୍କ ଧର୍ମପତ୍ନୀ ଅଟନ୍ତି। କସ୍ତୁରୀ ଓଏଏସ ପରୀକ୍ଷାରେ କୃତିତ୍ୱ ହାସଲ କରି ଉଭୟ ବୁଗୁଡ଼ା ଓ ପୋଲସରା ପାଇଁ ଗର୍ବ ଆଣିପାରିଛନ୍ତୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ