ରାଜାମ୍ମା ଓ କାନକାମ୍ମା ଠାକୁରାଣୀ ଯାତ୍ରାରେ ଧୋବାପଲ୍ଲୀ ଗ୍ରାମ ଲୋକାରଣ୍ୟ

ଆସିକା, (ୱାଇଏନ୍‍ଏସ୍‍): ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତର ଧୋବାପଲ୍ଲୀ ଗ୍ରାମରେ ଗତକାଲିଠାରୁ ଆରମ୍ଭ ହୋଇଥିବା ରାଜାମ୍ମା ଓ କାନକାମ୍ମା ଠାକୁରାଣୀ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ପ୍ରତ୍ୟେକ ଦୁଇବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ଯୋଗଦେବା ଲାଗି ଜିଲ୍ଲ ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଧୋବାପଲ୍ଲୀ ଗ୍ରାମ ଲୋକାରଣ୍ୟ ହୋଇପଡିଥିଲା। ଆଜି ଖରା ସତ୍ତ୍ୱେ ମାନସିକ ଧାରୀମାନେ ମୁଣ୍ଡନ ହେବା ସହ ମା ରାଜାମ୍ମା ଓ ମା କାନକାମ୍ମାଙ୍କୁ ପୂଜାର୍ଚନା କରିବା ଲାଗି ପ୍ରବଳ ଭିଡ ଜମାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ଥିଲାବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ଯେପରି କୌଣସି ଅସୁବିଧା ନହୁଏ ତାହାକୁ ଦୃଷ୍ଟିରେ ରଖି ଯାତ୍ରା ପରିଚାଳନା କମିଟି ସଭାପତି ତଥା ଆଇନଜୀବୀ ସରୋଜ କୁମାର ପ୍ରଧାନ, ସଂପାଦକ ଜଗନ୍ନାଥ ମହାନ୍ତି, ଉପସଭାପତି ଶଙ୍କର ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ଟୁନା ଗୌଡ, ମିଟୁ ଦୋରା, ରବି ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ବିଭନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ବେଳେ ପୂର୍ବାହ୍ନରୁ ମହିମାମୟୀ ରାଜାମ୍ମା ଠାକୁରାଣୀଙ୍କ ମାନସିକଧାରୀ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ବାଦ୍ୟବାଜଣା ସହକାରେ ଆସିକା, କାଳଷଣ୍ଢପୁର, ପଲ୍ଲୀ, ଦାମୋଦରପଲ୍ଲୀ, ମକୁନ୍ଦପୁର, ବରଗାଁ ଇତ୍ୟାଦି ସାତଖଣ୍ଡ ଗ୍ରାମାଞ୍ଚଳ ପରିକ୍ରମା କରିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ କଲ୍ୟାଣମୟୀ ରାଜାମ୍ମା ଠାକୁରାଣୀଙ୍କ ମାନସିକଧାରୀ ଭକ୍ତଙ୍କ ପାଦ ଧୌଚ କରି ଆଶ୍ରୀର୍ବାଦ କାମନା କରିବା ସହ ପ୍ରଣିପାତ କରି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ