ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଳଛତ୍ର ଉଦଘାଟିତ
ବାଲେଶ୍ୱର (ସରୋଜ ପଣ୍ଡା) : ସହରର ଜେଲ ରୋଡ ସ୍ଥିତ ସଦର ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦଳୀୟ ପତାକା ଉତୋଳନ କରାଯାଇଥିଲା । ସଦର ବିଧାୟକ ମାନସ କୁମାର ଦତ୍ତ ସମସ୍ତ କାର୍ଯ୍ୟକର୍ତାଙ୍କୁ ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଶୁଭକାମନା ଜଣାଇବା ସହ ପରିଶ୍ରମ ଏବଂ ନିଷ୍ଠାର ସହ କାମ କରି ଦଳକୁ ଆଜି ଆଗକୁ ନେଇଥିବାରୁ ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ବିଜେପିର ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତଦ୍ୟୋୟର ସିଦ୍ଧାନ୍ତ ଏବଂ ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଜେପି ନିରନ୍ତର ପ୍ରୟାସରତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପିତ ନୂଆ ଭାରତ ଗଠନ ଦିଗରେ ପ୍ରୟାସ କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାରର ଆଭିମୁଖ୍ୟ ସମ୍ପର୍କରେ ଶ୍ରୀ ଦତ୍ତ ଆଲୋକପାତ କରିଥିଲେ । ରାଜ୍ୟ ସଂଗଠନରେ ଆହ୍ବାନ କ୍ରମେ ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ସମେତ ବାଲେଶ୍ଵର ପୌରାଞ୍ଚଳର ସମସ୍ତ ବୁଥରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ କର୍ମକର୍ତ୍ତାମାନେ ନିଜ ଘରେ ଦଳୀୟ ପତାକା ଉଡ଼ାଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଥିଲେ। ବିଜେପି ଜିଲ୍ଳା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଭଗବାନ ଗୁପ୍ତା, ପର୍ଶୁରାମ ବେହେରା, ରବିନାରାୟଣ ମହାପାତ୍ର, ବୈଲୋଚନ ଦାଶ, ବିଭୂପଦ ଦାସ, ଆଶିଷ ଘୋଷ, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ସସ୍ମିତା ନାଥ, ରୋଜାଲିନ ପାଣି, ପ୍ରବୀର ଶଙ୍କର ଦାସ, ସୀତାକାନ୍ତ ସ୍ୱାଇଁ, ସିପ୍ରାରେଖା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦଳ ପ୍ରତିଷ୍ଠା କରିଥିବା ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୌରାଙ୍ଗ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜଳଛତ୍ର ସାଧାରଣ ଲୋକଙ୍କ ଉଦ୍ଦିଷ୍ଟରେ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ରାଜେନ୍ଦ୍ର ଚାଟାର୍ଜୀ, ସୌଭାଗ୍ୟ ମାନସ ନାୟକ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳା,ଶ୍ରୀୟା ଦାସ, ଆଶାଲତା ବାଡ଼ି ସବିତା ପାଣିଗ୍ରାହୀ, ପ୍ରିୟଙ୍କା ଦାସ, ବିଳାସିନୀ ଦାସ,.. ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।


