ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): ଓଡ଼ିଆ ପକ୍ଷ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ଷଷ୍ଠ ଦିନରେ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଐତିହ୍ୟସ୍ଥଳୀ ମାନଙ୍କରେ ସ୍ଵଚ୍ଛତା ଆଭିଯାନ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ମାନଙ୍କଦ୍ୱାରା  ଓଡିଶାର ଧାର୍ମିକ,ସାଂସ୍କୃତିକ ଅନୁଷ୍ଠାନ ସହ ଐତିହ୍ୟ ସ୍ଥାନ ମାନଙ୍କରେ ସ୍ଵଚ୍ଛତା ଅବଲମ୍ବନ ସହ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ଵ ଦିଆଯାଇ ଓଡିଶାର  ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି। ଏଥି ସହ ବିଭିନ୍ନ ବ୍ଲକ ସମ୍ମୁଖମାନଙ୍କରେ ମଧ୍ୟ ଆଜିଠାରୁ ଏହି ସ୍ଵଚ୍ଛତା କାର୍ଯ୍ୟକମ ଆରମ୍ଭ ହୋଇଛି।କେନ୍ଦୁଝରଠାରେ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ସିଦ୍ଧ ମଠଠାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, କେନ୍ଦୁଝରଗଡ଼ ପୌରପାଳିକାର ଅଧିକାରୀ ଓ ପାରିଷଦଙ୍କ ଉପସ୍ଥିତିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପାଟଣା ରଘୁନାଥଜୀଉ ମନ୍ଦିରଠାରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ