ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଶ୍ରୀରାମନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରକୃତି ପୂଜନ, ଗୋପୂଜନ ଓ ରାକ୍ଷୀ ବନ୍ଧନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ଷା ବନ୍ଧନର ମହତ୍ତ୍ୱ ଓ ପ୍ରକୃତି ପୂଜନର ମହାତ୍ମ୍ୟ ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇଥିଲେ। ପ୍ରଧାନାଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପସଭାପତି ଗୀତା ପାଢ଼ୀ, ସମ୍ପାଦକ ସନ୍ତୋଷ କୁମାର ସାହୁ, ସହସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଓ ସଦସ୍ୟା ସୁନିତା ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ରକ୍ଷା ବନ୍ଧନର ମହତ୍ତ୍ୱ ଓ ବଳରାମଙ୍କ ଜନ୍ମବୃତ୍ତାନ୍ତ ସମ୍ପର୍କରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଉତ୍ସବରେ ଶିଶୁ ଭାଇ ଓ ଭଉଣୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ଏଥିସହ ପ୍ରକୃତି ପୂଜନ ଓ ଗୋପୂଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଆଚାର୍ଯ୍ୟ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଗୁରୁଜୀ, ଗୁରୁମା, ମଉସା, ମାଉସୀ ଓ ଶିଶୁ ଭାରତୀର ଶିଶୁମାନେ ସ୍ଥାନୀୟ ମେଡିକାଲ, ବିଭିନ୍ନ ଅନୁଷ୍ଠାନ, ସାହି ଏବଂ ଛତ୍ରପୁର ଉପକାରାଗାରର ଅନ୍ତେବାସୀମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହା ମାଧ୍ୟମରେ ଭ୍ରାତୃତ୍ୱ, ସ୍ନେହ ଓ ସାମାଜିକ ସମରସତାର ବାର୍ତ୍ତା ପ୍ରସାର କରାଯାଇଥିଲା।


