ଜଗନ୍ନାଥ ମନ୍ଦିରକୁ କିଟ୍-କିସ୍ ବାଣୀ କ୍ଷେତ୍ର ପକ୍ଷରୁ ପାଟ ଓ ରାକ୍ଷୀ ପ୍ରଦାନ
ଗୁଣପୁର, (ୱାଇଏନଏସ) : ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଭୁବନେଶ୍ବରସ୍ଥିତ କିଟ୍ ଓ କିସ୍ ବାଣୀ କ୍ଷେତ୍ର ପକ୍ଷରୁ ପ୍ରଭୁ ବଳରାମ ଙ୍କ ଜନ୍ମ ତଥା ରକ୍ଷାବନ୍ଧନ ଅବସରରେ ପାଟ ଶାଢ଼ି, ରାକ୍ଷୀ ଏବଂ ଭୋଗ ପୂଜାର୍ଚନା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରଭୁ ବଳରାମ, ମା’ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ୩ଟି ପାଟ ଶାଢ଼ି, ରାକ୍ଷୀ ସହ ଭୋଗ ନିମନ୍ତେ କିଛି ଆର୍ଥିକ ରାଶି ମନ୍ଦିର ପୂଜକ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କିସ୍ ଆଲୁମିନି ତଥା ରାୟଗଡ଼ା ବ୍ଲକ୍ ଉପାଧ୍ୟକ୍ଷ ହର ପ୍ରସାଦ ହେପୂରୁକା, ସମାଜସେବୀ ତପନ ପଡ଼େନ୍ତି, ଯୁବ ସମାଜସେବୀ ବି. ରବି କୁମାର, ରାୟଗଡ଼ା ଜିଲ୍ଲା କିସ୍ ଆଦିବାସୀ ମହାସଂଘ ସଭାପତି ଘାସିରାମ ମାଝି ଙ୍କ ସମେତ ଜିଲ୍ଲା ଆଦିବାସୀ ମହାସଂଘର ବୁଡୁ କୋଣ୍ଡାଗରି, ଜୁନାମ ଶବର, ରାମ ଶବର, ସୁଵାସିନୀ ହିକାବାଡି ଙ୍କ ସମେତ ଅନେକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପାଟ, ରାକ୍ଷୀ ଓ ଆର୍ଥିକ ରାଶି ପ୍ରଦାନ ସମୟରେ ଅବସରପ୍ରାପ୍ତ ଗ୍ରାମ ସେବକ ତ୍ରିପତି ମହାନ୍ତି, ମନ୍ଦିର ପୂଜକ ମନୋଜ ପାଢ଼ୀ, ସୁଦାମ ପଣ୍ଡା, ସହଯୋଗୀ ପାପୀ ପଣ୍ଡା, ପ୍ରଦୀପ ପାଢି ଉପସ୍ଥିତ ଥିଲେ। ଡ. ଅଚ୍ୟୁତ ସାମନ୍ତଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ କଳିଙ୍ଗ ଟିଭି ର ରାଜେଶ କୁମାର ପାଢି ଏବଂ ବି. ସତୀଶ କୁମାର ପରିଚାଳନା କରିଥିଲେ l


