ମହାଆଡ଼ମ୍ବରରେ ଅନୁଷ୍ଠିତ ହେଲା ରାମ ନବମୀ ଉତ୍ସବ
ହାଟଡ଼ିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକର ଓରାଳି ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ। ରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଛି। ସକାଳୁ ଘଟୋତ୍ତଳନ କରାଯିବା ପରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ସମ୍ମୁଖ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ କାଠିଆ ପଣ୍ଡା ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ପୂଜାର୍ଚ୍ଚନା କରଯାଇଥିଲା। ସୁଧାଂଶୁ ଦକ୍ଷିଣ ରାୟ, ରଶ୍ମିରେଖା ଦକ୍ଷିଣରାୟ କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ଶରତ ଦାସ, ବାପିନ ଖିଲାର, ଗଙ୍ଗାଧର ସାହୁ, ପ୍ରଫୁଲ୍ଲ ରାଉତ, ତ୍ରିଲୋଚନ ରାଉତ, ରଞ୍ଜନ ସାମଲ, ଭୁଡ଼ାନ ରାଉତ, ଶଙ୍କର୍ଷଣ ସା, କାଳନ୍ଦୀ ଜେନା ପ୍ରମୁଖ ସହକର୍ତ୍ତା ଭାବେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ସୁର୍ଯ୍ୟ ପୂଜା, ଗୀତା ଯଜ୍ଞ, କରାଯାଇ ଅପରାହ୍ନରେ ୧୦୮ ଘୃତାହୁତୀ ପ୍ରଦାନ ସହ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା। ଏଥିପାଇଁ ରାମ ମନ୍ଦିରରେ ପଣ୍ଡିତ ନିରଞ୍ଜନ ପଣ୍ଡାଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜା ନୀତି କରାଯାଇ ଅଭିଷେକ କରଯାଇଥିଲା। ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ଏକ ଶୋଭାଯାତ୍ରା ଓରାଳିରୁ ବାହାରି କଳିଗାଁ, ଶାଳଣିଆଁ , ଅଁରା, ଆଦି ପଞ୍ଚାୟତ ପରିକ୍ରମା କରିଥିଲା। ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଥଲା। ସେହିପରି ସୋ ସୋ ଠାରେ ଥିବା ରାମ ମନ୍ଦିରରେ ଆଜି ଦିନ ତମାମ ରାମନବମୀ ପୂଜା ଅନୁଷ୍ଠିତ ହୋଇଥଲା। ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ।