ବିଜେଡିର ସମ୍ପାଦକ ହେଲେ ରତିକାନ୍ତ ରାଉତ

ହାଟଡିହି,(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକର  ଉପାଧ୍ୟକ୍ଷ  ରତିକାନ୍ତ ରାଉତ ଓଡିଶା ବିଜେଡିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ଯ କମିଟିର କାର୍ଯ୍ୟକାରି ସଭାପତି ଓ ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଥିବା ବେଳେ  ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ରତିକାନ୍ତ ରାଉତଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ରତିକାନ୍ତ ରାଉତ ପୂର୍ବରୁ ଜିଲ୍ଲା ଉପ ସଭାପତି ଭାବେ ୨୦୧୬ରୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ବେଳେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ହାଟଡିହି ବ୍ଲକର ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ କରିଥିବା ବେଳେ ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବୀରେ ରହି ସଫଳତାର ସହ କାମ କରିଛନ୍ତି। ଏପରିକି ସେ ଗତ ୫ ବର୍ଷ ହେଲା ମହିଳା ସୁରକ୍ଷା କମିଟିର ଆବାହକ ସଦସ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପଦବୀ ମିଳିବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇବା ସହିତ ଯେଉଁ ଦାୟିତ୍ୱ ଦିଆ ଯାଇଛି ତାକୁ ସଠିକ ଭାବେ ନିର୍ବାହ କରି ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜି ତାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିବା ପରେ  ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେଡି ନେତା ଦେବପ୍ରିୟ ପାତ୍ର, ମାନସ କୁମାର ବାରିକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଜିଲ୍ଲା ଉପ ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ଶତ୍ରୁଘ୍ନ ପାତ୍ର, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର କୁମାର ବିଶ୍ୱାଳ, ଦୀପ୍ତି ରଞ୍ଜନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ