ପୂଜା ସାମଗ୍ରୀ ଗୋଦାମ ଘରୁ ଚୋରି : ଥାନାରେ ଲିଖିତ ଅଭିଯୋଗ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରର ଷ୍ଟେଟ ବ୍ୟାଙ୍କ ଏଟିଏମ ପାଶ୍ୱର୍ରେ ଥିବା ପୂଜା ସାମଗ୍ରୀ ଦୋକାନର ଗୋଦାମ ଗୃହରେ ଗଚ୍ଛିତ ଥିବା ସାମଗ୍ରୀ ଚୋରି ଯାଇଥିବା ନେଇ ଦୋକାନର ମାଲିକ ସୁମନ୍ତ ଲେଙ୍କା ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବୁଧବାର ରାତିରେ ସେ ଦେକାନ ବନ୍ଦ କରିବା ସହ ପଛ ପାଶ୍ୱର୍ରେ ଥିବା ଗୋଦାମ ଗୃହକୁ ବନ୍ଦ କରିଥିଲେ। ଗୁରୁବାର ପୂର୍ବାହ୍ନ ସମୟରେ ଦୋକାନ ଖୋଲିବା ପରେ ଗୋଦାମ ଗୃହକୁ ଖୋଲିବାକୁ ଯିବା ସମୟରେ ଗୃହର କବାଟ ତଡା ଯାଇଥିବା ଦେଖିବାକୁ ମିଳିଥିଲା। ଗୋଦାମ ଗୃହରେ ଥିବା ବିଭିନ୍ନ କମ୍ପାନୀ ଧୂପକାଠି,ପାନ ମସଲା ଆଦିକୁ ମିଶାଇ ଦେଢ ଲକ୍ଷ ଟଙ୍କାର ସାମଗ୍ରୀ ନଥିବା ଦେଖିବାକୁ ମିଳିଥିଲା। ବଜାରରେ ଦୋକାନ ସବୁ ବନ୍ଦ ହେବା ପରେ କେହି ଦୁବୃତ ଏପରି କାଣ୍ଡ ଘଟାଇ ଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଥିବା ବେଳେ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ କରାଯିବ ବୋଲି ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।