ଅବସର କାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ,୩୦/୪(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ ପରିସରରେ ଆଜି ଅବସର ନେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତ ଏବଂ ଗତ ଜାନୁଆରୀ ୩୧ରେ ଅବସର ନେଇଥିବା ଭାରାପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ସମ୍ପାଦକ ଅବିନାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରଜନୀ ସେଠୀ, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ସମ୍ମାନୀତ ଅତିଥି ଭାବେ କଟିଣାସ୍ଥିତ ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ପଣ୍ଡା, ଧିରେନ୍ଦ୍ର କୁମାର ବିଶ୍ୱାଳ, ସାମ୍ବାଦିକ ହରି ନାରାୟଣ ମହାନ୍ତି ଯୋଗ ଦେଇ ଭଲ ଛାତ୍ର ଗଢିବାରେ ବିଦାୟୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟିଣାସ୍ଥିତ ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ଶିକ୍ଷକ ଉମେଶ ଚନ୍ଦ୍ର ସାହୁ, ଗୋପବନ୍ଧୁ ଦାସ, ଅନାମ ଚରଣ ପାତ୍ର, ପ୍ରଭାତ କୁମାର ପୁହାଣ ବିଦାୟୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅବସର ନେଇଥିବା ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରାଯାଇଥିଲା । ପରେ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ରାଉତଙ୍କ ଠାରୁ ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ଦାୟୀତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପରିକ୍ଷୀତ ନାୟକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ୧୯୮୭ ମସିହା ନଭେମ୍ବର ୧ରେ ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତ ଏବଂ ୧୯୮୮ ମସିହା ଫେବୃଆରୀ ୪ରେ ପଣ୍ଡିତ ଅଭିମନ୍ୟୁ ସେନାପତି ଏହି ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ।


