ସମୀର ଟିଭିଏସ ପକ୍ଷରୁ ରଜକୁଇନ ପ୍ରତିଯୋଗିତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୁହୁରିଆସ୍ଥିତ ସମୀର ଟିଭିଏସ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ରଜକୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ନୃତ୍ୟ ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ। ଏଥିରେ ବିଚାରପତି ଭାବେ ବିଶିଷ୍ଟ କଳାକାର ଗୁରୁଶ୍ରୀ ପ୍ରକାନ୍ତ ମହାରଣା, ଗୁରୁଶ୍ରୀ ଇନ୍ଦ୍ରମଣୀ ପଣ୍ଡା, ଆକାଶବାଣୀ ଓ ଦୁରଦର୍ଶନର କଳାକାର ପି. ରୁଦ୍ରାଣୀ, ସର୍ବଭାରତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଳାକାର ସମୀରଞ୍ଜନ ଦାସ ଓ କ୍ଷୀରୋଦ କୁମାର କର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ସାଶ୍ୱତୀ ସ୍ୱାଇଁ ପ୍ରଥମ, ଟି.ଏସ. ସାଇସ୍ନିଗ୍ଧା ଦ୍ୱିତୀୟ ଓ ଆଦ୍ୟାଶ୍ରୀ ରଥ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୫ହଜାର, ୩ହଜାର ଓ ୨ହଜାର ଟଙ୍କା ନଗଦ ଅର୍ଥ ସମେତ ମୁକୁଟ ଓ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମୀର ଟିଭିଏସ ପରିବାରର ଲକ୍ଷ୍ମୀକାନ୍ତ, ଅନିଜା, କ୍ଷୀତିଶ, ଶୁଭଶ୍ରୀ, ଓମ, ମାନଭ, ରଶ୍ମୀ, ଚିକୁ, ଦିପ୍ତୀ, ଦୁର୍ଯ୍ୟୋଧନ, ସଂଗୀତା, ସୀମା, ସୁବାସ, ରାଜା, ସତ୍ୟ, ସ୍ୱପ୍ନା, ଅଭିଜିତ, ଶଶିକାନ୍ତ, ରୀତାଞ୍ଜଳି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


