କଂଗ୍ରେସ ପକ୍ଷରୁ ଚାରାବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମାଜ ସେଵୀ ତଥା ବିଧାୟକ ପପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ରିକାପଲ୍ଲୀ ହାଟ ଠାରେ ବିଭିନ୍ନ ରକମର ଚାରା ବଂଟନ କରାଯାଇଛି । ପରିବେଶ ସୁରକ୍ଷା ଲାଗି ନିଜ ନିଜ ଘରବାରିରେ ଏବଂ ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନ ଗୁଡିକରେ ଏହି ଚାରାରୋପଣ କରିବା ପାଇଁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ଆଗକୁ ବର୍ଷାଦିନ ରହିଛି ଚାରାରୋପଣ ପରେ ସେଗୁଡିକ ଯେପରି ସଠିକ୍ ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦିଆଗଲେ ସଠିକ୍ କାର୍ଯ୍ୟକାରିତା ହୋଇପାରିବ । ଆଜି ପ୍ରାୟ ୩୦୦ରୁ ଅଧିକ ବିଭିନ୍ନ କିସମର ଚାରା ବଂଟନ କରାଯାଇଥିଲା । ଏହି ଚାରାବଂଟନ କାର୍ଯ୍ୟକ୍ରମରେ ଛତ୍ରପୁର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


