ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁବାଟିକା ବିଭାଗର ମାତୃ କର୍ମଶାଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ନରସିଂହ ସ୍ୱାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବେଳା ରାଉତ ଯୋଗ ଦେଇ ଜାତୀୟ ଶିକ୍ଷାନୀତି ଆଧାରରେ ମୌଳିକ ସ୍ତରର ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶରେ ଗୁରୁଜୀଗୁରୁମାଙ୍କ ଭୂମିକା ତଥା ଶିଶୁ ଗଠନରେ ମାଆମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗ ଦେଇ ମାଆମାନଙ୍କ ଉଦେ୍ଦଶ୍ୟରେ ବାର୍ତ୍ତା ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ଏବଂ ସଦସ୍ୟା ଦୁଲାରୀ କିସ୍କୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶିଶୁବାଟିକା ପ୍ରମୁଖ ପ୍ରଦୀପ କୁମାର ଦାସ ଚର୍ଚ୍ଚା କାଳାଂଶରେ ମାଆମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଭାଷାଜ୍ଞାନ, ଗଣିତଜ୍ଞାନ, ବିଜ୍ଞାନ ଓ ସାମାଜିକ ଆଧାରିତ, କାହାଣୀ, ଗୀତ, କଳାତ୍ମକ ବିକାଶର ବିଭିନ୍ନ କାଳାଂଶ କରାଯାଇଥିଲା । ଏଥିରେ ସୁଜାତାରାଣୀ ମିଶ୍ର, ଜ୍ୟୋତିରାଣି ପଣ୍ଡା, ମନସ୍ୱିନୀ ଦାଶ, ପୁଷ୍ପାଞ୍ଜଳି ସାହୁ, ଆରତୀ ସାହୁ, ମୌସୁମୀ ରାଉତରାୟ, ପାର୍ବତୀ ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତ, ଗାୟତ୍ରୀ ମହାନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ୧୫୦ରୁ ଉଦ୍ଧ୍ୱର୍ ମାଆ ଯୋଗ ଦେଇଥିଲେ । ଶିଶୁବାଟିକାର ସମସ୍ତ ଗୁରୁଜୀଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ