୧୯୬ ଲିଟର ଚୋରାମଦ ଜବତ,୯ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ସାମୁଦ୍ରିକ, କେନ୍ଦ୍ରାପଡ଼ା ସଦର ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତେରଗାଓଁ ଗ୍ରାମର ରାମଚନ୍ଦ୍ର ସେଠୀ (୪୪)ଙ୍କ ନିକଟରୁ ୨୫ ଲିଟର ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ(୪୫)ଙ୍କ ନିକଟରୁ ୨୦ ଲିଟର ଚୋରା ଦେଶୀ ରନ୍ଧା ମଦ, ରାଜଶ୍ରୀ ରାଉତ(୩୯)ଙ୍କ ନିକଟରୁ ୯୦୦ କିଗ୍ରାର ଚୋରା ଗୁଡପୋଚ, ପାଟଳିପଙ୍କ ଗ୍ରାମର କୈଲାଶ ବେହେରା(୪୧)ଙ୍କ ନିକଟରୁ ୧୯ ଲିଟର ବିଦେଶୀ ମଦ, ବରେଇ ଗ୍ରାମର କୈଲାଶ ଚନ୍ଦ୍ର ମୁଣ୍ଡଦୁ(୬୦)ଙ୍କ ନିକଟରୁ ୨୮ ଲିଟର ଚୋରା ଦେଶୀ ମଦ, ଠାକୁରପାଟଣା ଗ୍ରାମର ଅମର ସେଠୀ (୪୫)ଙ୍କ ଠାରୁ ୩୧ ଲିଟର ଚୋରା ବିଦେଶୀ ମଦ, ବାରୁଆ ଗ୍ରାମର ବିଭୁତି ସାମଲ(୨୬)ଙ୍କ ଠାରୁ ୨୨ ଲିଟର ଚୋରା ଦେଶୀ ମଦ, ଜମଧର ଗ୍ରାମର ପୂର୍ଣ ଚନ୍ଦ୍ର ଦାସ(୩୬)ଙ୍କ ନିକଟରୁ ୧୯ ଲିଟର ଚୋରା ଦେଶୀ ମଦ ଏବଂ ଅର୍ଜୁନ ଚନ୍ଦ୍ର ବାରିକ(୩୨)ଙ୍କ ନିକଟରୁ ୩୨ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ସମୁଦାୟ ୧୯୬.୯୦୦ ଲିଟର ଦେଶୀ, ଦେଶୀ ରନ୍ଧା, ଗୁଡପୋଚ ଓ ବିଦେଶୀ ଚୋରା ମଦ ଜବତ କରାଯିବା ସହ ୯ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ରଞ୍ଜନ କୁମାର ପାତ୍ର, ଦୀପକ କୁମାର ଜେନାଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ