ପିଏମଶ୍ରୀ କୋରୋ ପଞ୍ଚାୟତ ହାଇସ୍କୁଲରେ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):”ଅନୁସନ୍ଧିତ୍ସୁ ହେଲେ ହିଁ ବିଜ୍ଞାନରେ ଉନ୍ନତି ସମ୍ଭବ’ ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଓ ବରିଷ୍ଟ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଟିଟିିକାନ୍ତ ନାୟକ, ତରାଣ୍ଡୋ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଓ ସୁଶ୍ରୀ ସରିତା ବେହେରା, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ରଞ୍ଜିତ ପ୍ରସାଦ ଜେନା, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା ମଧୁସ୍ମିତା ନାୟକ, ଯୁବ ସାମ୍ବାଦିକ ମଳୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ହିମାଂଶୁ ଶେଖର ପରିଡା ଓ ଶିକ୍ଷିକା ତୃପ୍ତିରେଖା ପରିଡାଙ୍କ ତତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଗଣିତ ଓ ବିଜ୍ଞାନରେ ସୃଜନୀର ଚମକ ଦେଖାଇଥିଲେ। କାର୍ଯ୍ୟକ୍ରମର ଦ୍ୱିତିୟାର୍ଦ୍ଧରେ ପିଲାମାନଙ୍କ ମଧ୍ୟରେ ମୌଖିକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷିକା ସାବିତ୍ରୀ ବିଶ୍ୱାଳ, ଦିପ୍ତୀରେଖା ପରିଡା, ପୁଷ୍ପମିତ୍ରା ଦ୍ୱିବେଦୀ, ରଞ୍ଜନ ମଳିକ, ମୋନାଲିସା ବେହୁରା, ଦିପ୍ତିମୟୀ ମୁଦୁଲି, ଇତିଶ୍ରୀ ପ୍ରଧାନ, ଏଲିନା ସାମନ୍ତରାୟ, ଚିତ୍ରସେନ ମାଝୀ, ରଘୁନାଥ ବେହେରା, ଆଶିଷ ସ୍ୱାଇଁ, କଳ୍ପନା ମଞ୍ଜରୀ ଦାସ, ପ୍ରିୟଙ୍କା ପ୍ରତିଶୃତି ନାୟକ, ଅରବିନ୍ଦ ବାରିକ, ହିମାଂଶୁ ଭୂଷଣ ପଣ୍ଡା, ବିପିନ ବାରିକ ଓ ସୁରେଶ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।


