ସମୁଦ୍ର କୂଳ ଖାଇବା ଘଟଣା: ଆନ୍ଦୋଳନ ନିମନ୍ତେ ସଜବାଜ ମତ୍ସ୍ୟଜୀବୀ

 ଛତ୍ରପୁର, (ଓ୍ବାଇଏନଏସ): ମରିବୁ ପଛେ ଛାଡ଼ିବୁ ନାହିଁ… ପ୍ରଶାସନ ଓ ପୋର୍ଟ କତୃପକ୍ଷ ଆମକୁ ଦିନକୁ ଦିନ ଧୋକା    ଦେବାରେ ଲାଗିଛନ୍ତି l ଏନେଇ ଆନ୍ଦୋଳନ କଲେ ଖାଲି ପ୍ରତିଶୃତି ମିଳୁଛି, ମାତ୍ର କାର୍ଯ୍ୟକାରୀ ହେଉନି l ଜିଲ୍ଲା ପ୍ରଶାସନ ମତ୍ସ୍ୟଜୀବୀ ମାନଙ୍କ ଗୁହାରୀ ଶୁଣିବା ବଦଳା ପୋର୍ଟ କତୃପକ୍ଷ ଙ୍କୁ ଅନୁକମ୍ପା ଦେଖାଉଛି l କେବେ ହେବ ଆମ ର ସ୍ଥାୟୀ ପ୍ରତିକାର  l ଏନେଇ ଚିନ୍ତା ରେ ଅଛନ୍ତି ମତ୍ସ୍ୟଜୀବୀ   l ଏବେ ସମୁଦ୍ର ଅଶାନ୍ତ ଯୋଗୁଁ ଦିନ କୁ ଦିନ ସମୁଦ୍ର କୂଳ ଖାଇବା ଲାଗିଛି l ଗାଁ କୁ ସମୁଦ୍ର ଆଉ ରହିଲା ଅଳ୍ପ ଦୁର l ଯାହା ଫଳରେ ଅଂଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି l  ପ୍ରଶାସନିକ ଅଧିକାରୀ ମାନେ ଖାଲି ଅଂଚଳ କୁ ଆସୁଛନ୍ତି ବୁଲି ଦେଖୁଛନ୍ତି ସିନା କାର୍ଯ୍ୟ ଶୂନ ହେଉଛି  l ଏଣୁ ଆମ କୁ ସୁରକ୍ଷା ଦିଅନ୍ତୁ ନଚେତ ଆମ ଗାଁ ସମୁଦ୍ର ରେ ଲୀନ ହୋଇଯିବ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି l ଏହା ସହିତ ସେମାନେ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି  l ୭ ଦିନ ମଧ୍ୟ ରେ ଏହାର କୋଣସି ସମାଧାନ ର ବ୍ୟବସ୍ଥା ନ କଲେ ଗୋପାଳପୂର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି l ଦରକାର ପଡିଲେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ରାଜରାସ୍ତା ବନ୍ଦ କରିବୁ ବୋଲି   ସାଧାରଣ ସମ୍ପାଦକ ଵି. ଭୀମସେନ ଓ ପୂର୍ବତନ ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ  କହିଛନ୍ତି l  ଏନେଇ ଆର୍ଯ୍ୟପଲ୍ଲୀ ପଂଚାୟତ ସହିତ ୨୭ ଖଣ୍ଡର ମତ୍ସ୍ୟଜୀବି ମାନେ ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ