ପ୍ରେସ ୟୁନିଅନର ଦ୍ବିତୀୟ ବାର୍ଷିକ ସମାବର୍ତ୍ତନ

ଆରଡ଼ି , (ଆଲୋକ ଚନ୍ଦ୍ର ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ ଧୂଷୁରୀ ବାସନ୍ତୀ ପଡିଆ ଠାରେ ଧୂଷୁରୀ ପ୍ରେସ ୟୁନିଅନର ଦ୍ବିତୀୟ ବାର୍ଷିକ ସମାବର୍ତ୍ତନ ସମାରୋହ ବୁଧବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଧୁଷୁରି ପ୍ରେସ ୟୁନିଅନ ସଭାପତି ସନ୍ତୋଷ ଦାସ ସଭାପତିତ୍ବ କରିଥିଲେ ।ମୁଖ୍ୟ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଦେବାଶିଷ ସାମଲ, ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ଉପ ସଭାପତି ଚତୁର୍ଭୁଜ ନାୟକ, ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଅଧ୍ୟାପକ ଶ୍ରୀଧର ସାହୁ, ଯୁବ ସମାଜସେବୀ ନିଶିକାନ୍ତ ନାୟକ, ପୂର୍ବତନ ସମିତି ସଭ୍ୟ ସୁଦେଶ ପଣ୍ଡା,ଯୋଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମାନସ ମହାନ୍ତି, ସାମ୍ବାଦିକ ଆଲୋକ କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଉପ ସଭାପତି ଲକ୍ଷ୍ମୀ ମାରାୟଣ ମିଶ୍ର ଅତିଥି ପରିଚୟ ଦେଇଥିଲା ବେଳେ କୋଷାଧ୍ଯକ୍ଷ ରତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଧୁଷୁରି ପ୍ରେସ ୟୁନିଅନ ବିଗତ ୨ ବର୍ଷ ମଧ୍ୟରେ ସାଧାରଣ ଜନତା ଙ୍କ ମଧ୍ୟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ଦିନ, ଦରିଦ୍ର, ଦୁଃଖୀ ରଙ୍କି ସମସ୍ତ ଙ୍କୁ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇଛି | ଛୋଟ ଶିଶୁ ଠାରୁ ଆରମ୍ଭ କରି ବୁଢ଼ା ଯାଏଁ ସମସ୍ତ ଆବାଳ ବୃଦ୍ଧ ବନିତା ଙ୍କୁ ବିପଦ ଆପଦ ସମୟରେ ସହାୟ ହୋଇଛି। ପୁଣି ପରିବେଶ ସୁରକ୍ଷା ପାଇଁ ହେଉ କି ସମାଜର ସୁରକ୍ଷା ସବୁ ପାଇଁ ଏହି ସଂଘ ସଦା ସର୍ବଦା ତତ୍ପର ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ଦିଗରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ପ୍ରେସ ୟୁନିୟନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ