ତୈଳୀକ ବୈଶ୍ୟ ସମାଜର କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଚୟନ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ଖେମୁଣ୍ଡି ହଳଦିଆ ତୈଳୀକ ବୈଶ୍ୟ ସମାଜ ର ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଦେଉଳିଆପଡା ସମାଜ କୋଠଘର ଠାରେ ଅନୁଷ୍ଠିତ ହୋଇଯାଇଛି.ମୁଖ୍ୟ ନିର୍ବାଚନ ଅଧିକାରୀ ଧର୍ମା ସାହୁ ଙ୍କ ଅଧ୍ୟକ୍ଷତା ରେ ପୂର୍ବ ରୁ ସମସ୍ତ ଆଞ୍ଚଳିକ,ଗ୍ରାମ୍ୟ ପରିଷଦ ର ନୂଆ କର୍ମକର୍ତ୍ତା ଚୟନ ହୋଇ ସାରିଥିଲା ବେଳେ ଅଭିଜ୍ଞ ବ୍ୟକ୍ତି ଙ୍କୁ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ବଛା ଯାଇଛି. ଏହି ନବ ନିର୍ବାଚିତ ଙ୍କ ଉପସ୍ଥିତ,ପ୍ରସ୍ତାବ ଓ ସମର୍ଥନ ରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କରାଯାଇଛି.ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଧର୍ମା ସାହୁ,ଉପଦେଷ୍ଠା ଯୋଗୀ ସାହୁ,ସଭାପତି ଦଣ୍ଡାସି ସାହୁ,ଛଅ ଜଣ ଉପସଭାପତି ପ୍ରଶାନ୍ତ ସାହୁ,ଅଭିମନ୍ୟୁ ସାହୁ,ପ୍ରଶାନ୍ତ କୁମାର ସାହୁ(ଚିକିଟି),ରାମଚନ୍ଦ୍ର ସାହୁ,ଘନଶ୍ୟାମ ସାହୁ,ରାଜେନ୍ଦ୍ର ସାହୁ ଙ୍କ ନା ସର୍ବ ସମ୍ମତି କ୍ରମେ ପ୍ରକାଶ ପାଇଛି.ସେହିଭଳି ସାଧାରଣ ସମ୍ପାଦକ ରୂପେ ଲଷ୍ମଣ ସାହୁ,ସଙ୍ଗଠନ ସମ୍ପାଦକ ରବୀନ୍ଦ୍ର ସାହୁ,କାର୍ଯ୍ୟାଳୟ ସମ୍ପାଦକ ନିରଞ୍ଜନ ସାହୁ,ଗଣମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ,ସହ ସମ୍ପାଦକ କାଳିଆ ସାହୁ,କୋଷାଧ୍ୟ୍ୟକ୍ଷ ଜିତେନ୍ଦ୍ର ସାହୁ,ସହ କୋଷାଧ୍ୟକ୍ଷ କ୍ରିଷ୍ଣା ସାହୁ ଓ ବେହେରା ଭାବେ ବିପିନ ବିହାରୀ ସାହୁ ଓ ଅଲେଖ ସାହୁ ଙ୍କୁ ବଛା ଯାଇଛି।


