ଅଲ୍ ଓଡ଼ିଶା ଅବିଭକ୍ତ କେବିକେ ଓପନ୍ ପାୱାରଲିଫ୍ଟି ଓ ବେଞ୍ଚ ପ୍ରେସରେ ଯୁବକଙ୍କ ସଫଳତା

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ଗତ ଦୁଇ ଦିନ ଧରି ଗୁଣୁପୁରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଦ୍ଵିତୀୟ ଅଲ ଓଡିଶା ଅବିଭକ୍ତ କେବିକେ ଓପନ ପାୱାରଲିଫ୍ଟିଂ ଏବଂ ବେଞ୍ଚ ପ୍ରେସ୍ ଚାମ୍ପିଅନସିପ୍ ଗୁଣୁପୁର-୨୦୨୬ ପ୍ରତିଯୋଗିତାରେ ମୁନିଗୁଡାର ଫିଟନେସ ଜୋନ ଜିମର ଯୁବକ ମାନେ ସଫଳତା ହାସଲ କରିଥିବା ଜଣାପଡିଛି। ଗୁଣୁପୁରର ଇଣ୍ଡିଆ ଚମ୍ପିୟାନ ପି.ସନ୍ତୋଷ କୁମାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁନିଗୁଡାର ଫିଟନେସ ଜୋନ ଜିମର କୋଚ ଫରଚୁନ ନାୟକଙ୍କ ତତ୍ୱାବଧାନ ଓ ମେଣ୍ଟର ମହେଶ ନରସୁଙ୍କ ସଂଯୋଜନାରେ ମୁନିଗୁଡାର ତିନି ଜଣ ଯୁବ ବୋଡି ବିଲଡର ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୁନିଗୁଡାର ତିନି ଜଣ ପ୍ରତିଭାଶାଳୀ ଖେଳାଳି ଫିଟନେସ୍ ଜୋନ୍ ମୁନିଗୁଡ଼ାର ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଭାବଶାଳୀ ପ୍ରଦର୍ଶନ କରି ସେମାନଙ୍କ ନିଜ ନିଜ ବର୍ଗରେ ପଦକ ହାସଲ କରି ମୁନିଗୁଡା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ମୁନିଗୁଡାର ଶ୍ରେୟାଶ ବେହେରା ଶରୀର ଓଜନ ୭୭.୪ ଜୁନିଅର ବର୍ଗରେ ପାୱାର ଲିଫଟିଙ୍ଗରେ ଗୋଲଡ ମେଡାଲ ଓ ଓପେନ ବେଞ୍ଚପ୍ରେସରେ ବ୍ରୋଞ୍ଚ ମେଡାଲ ହାସଲ କରିଥିବା ବେଳେ,ସୁରଜ ପଟ୍ଟନାୟକ ଶରୀର ଓଜନ ୫୮ ଜୁନିଅର ବର୍ଗ ଓପେନ ବେଞ୍ଚପ୍ରେସରେ ସ୍ଲିଭର ପଦକ ସେହିପରି ସମୀର ଚୌଧୁରୀ ଶରୀର ଓଜନ ୬୨.୯ ବରିଷ୍ଠ ବର୍ଗରେ ପାୱାର ଲିଫଟିଙ୍ଗରେ ବ୍ରୋଞ୍ଚ ମେଡାଲ ହାସଲ କରିଛନ୍ତି। ଏହି ଖେଳାଳୀ ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସମର୍ପଣ,ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଯୋଗୁଁ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ମୁନିଗୁଡାର ଫିଟନେସ୍ ଜୋନ୍ ପାଇଁ ଏକ ଗର୍ବର ସଫଳତା ଆଣି ଦେଇଛନ୍ତି। ଏହି ସଫଳତା ପରେ ତାଙ୍କୁ ମୁନିଗୁଡାର ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ, ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ,ବଣିକ ସଂଘର ସଭାପତି ପ୍ରଦୀପ ପରିଛା,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼,ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ବେହେରା,ମୁନିଗୁଡା କ୍ରିକେଟ ଆସୋସିଏସନର ଚେୟାରମ୍ୟାନ ଘନଶ୍ୟାମ ମାର୍ଥା,ସମ୍ପାଦକ ବାଳକୃଷ୍ଣ ରଥ,ଜି.କୁମାର ରାଜୁ ପ୍ରମୁଖଙ୍କ ସମେତ ଅନେକ ସଂଗଠନ ଓ କ୍ଳବ ତରଫରୁ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିବାରେ ମୁନିଗୁଡା ଫିଟନେସ ଜୋନର ମୁଖ୍ୟ କୋଚ୍ ଫରଚୁନ ନାୟକଙ୍କ ମାର୍ଗଦର୍ଶନ ଏବଂ ମୁନିଗୁଡାର ବଡି ବିଲ୍ଡର ମହେଶ ନରସୁଙ୍କ ତାଲିମ ମୂଲ୍ୟବାନ ପରାମର୍ଶ ଓ ନିରନ୍ତର ସମର୍ଥନ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁଁ ଆମେ ଏହି ସଫଳତା ହାସଲ କରି ପାରିଲୁ ଏବଂ ଆଗାମୀ ଭବିଷ୍ୟତ ପ୍ରତିଯୋଗିତାରେ ଆମେ ଆହୁରି କଠିନ ପରିଶ୍ରମ କରି ମୁନିଗୁଡ଼ା ଏବଂ ଓଡ଼ିଶାକୁ ଅଧିକ ଗୌରବ ଆଣିବା ପାଇଁ ଚେଷ୍ଟା କରିବୁ ବୋଲି ସମୀର,ଶ୍ରେୟାସ ଓ ସୁରଜ ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ