ତୀର୍ଥଯାତ୍ରାରେ ଗଲେ ବରିଷ୍ଠ ନାଗରିକ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରୁ ଆଜି ୨ୟ ପର୍ଯ୍ୟାୟରେ ୨୩ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଛନ୍ତି । ୬ ଦିନିଆ ଏହି ଯାତ୍ରାରେ ବରିଷ୍ଠ ନାଗରିକ ମାନେ ଅଯୋଧ୍ୟା ଓ ବାରଣାସୀରେ ଥିବା ବିଭିନ୍ନ ଦେବୋ ଭୂମି ପରିଦର୍ଶନ କରିବେ । ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଆଜି ବ୍ଲକ କାର୍ଯ୍ୟାଳୟରେ ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ଅନୱାର ହୋସେନ ଖାନ୍ ବରିଷ୍ଠଙ୍କୁ ସ୍ୱାଗତ କରିଥିବା ବେଳେ ଶୁକ୍ରବାର ବାଲେଶ୍ୱରସ୍ଥିତ ପଦ୍ମାବତୀ ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ ।


