ବରିଷ୍ଠ ନାଗରିକ ଦିବସ ପାଳିତ

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ମିଶନ ଶକ୍ତି ଭବନ ଠାରେ ଗୁରୁବାର  ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନି ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ  ଅତିରିକ୍ତ ବିଡ଼ିଓ ଉମେଶ ସେଠୀ ଅଧ୍ୟକ୍ଷତା କରିଥିଲେ।  ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ମୁଖ୍ୟ ଅତିଥିଭାବେ ଏବଂ  ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ସମାଜର ମାର୍ଗଦର୍ଶକ ଭାବେ ଅଭିହିତ କରିବା ସହ ସମଗ୍ର ଦେଶ ପାଇଁ ସେମାନେ ଅମୂଲ୍ୟ ସମ୍ପଦ ବୋଲି କହିଥିଲେ। ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନ ଏବଂ ଯୋଜନା ଉପରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ କେ. ନାଗେଶ୍ୱର ରାଓ, ସୁବାସ ଚନ୍ଦ୍ର ପାଢ଼ୀ ଏବଂ ଯୋଗ ପ୍ରଶିକ୍ଷକ ନାରାୟଣ ସାବତ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ଏହି ଅବସରରେ ଯୋଗ ପ୍ରଶିକ୍ଷଣ, ବୃକ୍ଷ ଚାରା ରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯିବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ