ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳା ଉଦ୍‌ଯାପିତ

ହାଟଡିହି (ଓ୍ବାଇଏନଏସ) : ୨୦/୮ ହାଟଡିହି ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଠଦିନ ଧରି ଚାଲିଥିବା ‘ଶକ୍ତିଶ୍ରୀ ସଶକ୍ତିକରଣ କର୍ମଶାଳା’ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ‘ଶକ୍ତିଶ୍ରୀ’ର ମୁଖ୍ୟ ସଂଯୋଜିକା ଲିପ୍ସା ପ୍ରିୟଦର୍ଶନୀ ବେହେରା, ଆତ୍ମରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ନୀଲମ ସାଓଁୟା ଏବଂ ଆତ୍ମରକ୍ଷା ପ୍ରଶିକ୍ଷକ ସୀମନ୍ତିନୀ ସାହୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଓ ଏହାର ବ୍ୟବହାରିକ ଦିଗ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏଥିସହ ‘ଶକ୍ତିଶ୍ରୀ’ ଆପ୍‌ର ବ୍ୟବହାର, ଏହାର ଉପକାରିତା ଓ ଛାତ୍ରୀମାନଙ୍କ ସୁରକ୍ଷା କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ଏହି ଅବସରରେ ସ୍ୱାଗତିକା ନାୟକ, ମିନତୀ ବେହୁରିଆ, ବୃନ୍ଦାବନ ଓଝା, ରବୀନ୍ଦ୍ରନାଥ ଜେନା, ଚକ୍ରଧର ଦାସ, ଜଳଧର ଦାସ, ଶଶିକଳା ଦାସ, ମେନକାରାଣୀ ଧୂରୁଆ, ପ୍ରିୟଙ୍କା ମହାନ୍ତି, ଚୁମୁକିରାଣୀ ନାୟକ, ବିଶ୍ୱରଞ୍ଜନ ଜେନା, ଅଜୟ କୁମାର ଦାସ, ଜନ୍ମେଜୟ ପ୍ରଧାନ, ସରିତା ପଣ୍ଡା, ଅଞ୍ଜନ କୁମାର ମହାନ୍ତି, ଗଙ୍ଗାଧର ପରିଡ଼ା, ଅନନ୍ତ ଚରଣ ବେହେରା, ବିଭୂତି ଭୂଷଣ ପହି, ଜ୍ୟୋତିରୂପା ମଲ୍ଲିକ ଓ ସନାତନ ଖୁଣ୍ଟିଆଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଆଠଦିନିଆ ଏହି କର୍ମଶାଳା ମାଧ୍ୟମରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ସହିତ ନିଜ ସୁରକ୍ଷା, ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କୁ ନିଜକୁ ସୁରକ୍ଷିତ ରଖିବା ସହିତ ସମାଜରେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ